ଭତ୍ତା ପାଇଁ ହିନସ୍ତା..!

ଭତ୍ତା ପାଇଁ ହିନସ୍ତା..! 

ଭତ୍ତା ପାଇଁ ହିନସ୍ତା..!


ଦଶପଲ୍ଲା: ନ. ଖ /24/04/2021( ରିପୋର୍ଟ -ରତ୍ନାକର ହୋତା ): ପ୍ରହସନ ରେ ପରିଣତ ହୋଇଛି ସରକାରଙ୍କ ର ବାର୍ଦ୍ଧକ୍ୟ ଭତ୍ତା ଯୋଜନା । ଗରିବ, ଅସହାୟ, ବୟୋଜ୍ୟେଷ୍ଠ ନାଗରିକ ମାନ ବୟସର ଅପରାହ୍ନରେ କାହାର ଦୟାର ପାତ୍ର ନ ହୋଇ , ସୁଖ ସୁବିଧା ରେ ଚଳିବା ପାଇଁ ସରକାର ପ୍ରତି ମାସରେ ନିର୍ଦ୍ଦିଷ୍ଟ ପରିମାଣର ସହାୟତା ରାଶି ,ବ୍ଲକ୍ ଓ ଗ୍ରାମ ପଂଚାୟତ ମାଧ୍ୟମରେ ପ୍ରଦାନ କରିଥାନ୍ତି  ।

କିନ୍ତୁ ପଂଚାୟତ ନିର୍ବାହୀ ଅଧିକାରୀ ମାନଙ୍କର ଟାଳ୍ ଟୁଳ୍ ନିତିଯୋଗୁଁ ନୟାଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ  ଦଶପଲ୍ଲା ବ୍ଲକ୍ ର ବହୁ ଗରିବ, ଆଦିବାସୀ, ହରିଜନ ବୃଦ୍ଧ ବୃଦ୍ଧା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଣ ପାହାଡ ଘେରା ଏହି ବ୍ଲକ୍ ର ହଜାର ହଜାର ବୃଦ୍ଧ ବୃଦ୍ଧା  ୧୦ ରୁ ୧୫ କିଲୋମିଟର ପାଦରେ ଚାଲି ଚାଲି ଆସି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରୁ ଭତ୍ତା ନେଇଥାନ୍ତି ।ଯଦି କୈ|ଣଷି ବୃଦ୍ଧ ବୃଦ୍ଧା ବୟଷାଧିକ କାରଣରୁ ନିଜେ ଯାଇ ପାରନ୍ତି ନାହିଁ, ତେବେ ତାକୁଂ ଆତ୍ମିୟ ସ୍ବଜନ ମାନେ ୧୦ / ୧୫ କିଲୋମିଟର  ଦୋଳା ରେ , ସାଇକେଲରେ ବୋହି ଗ୍ରାମ ପଂଚାୟତ କାର୍ଯ୍ୟାଳୟ କୁ ନେଇ,ଭତ୍ତା ଆଣିଥାନ୍ତି ।

ଏଭଳି ଏକ ଘଟଣା ଘଟିଛି ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ର ଜାମୁସାହି ଗାଁ ରେ ।ଏହି ଗ୍ରାମର ଶତାୟୁ ବୃଦ୍ଧା ନେତ୍ରମଣୀ ମିଶ୍ର ଓ ନବେ ବର୍ଷିୟ ସୋମନାଥ ସାହୁଙ୍କ କ୍ଷେତ୍ରରେ ।ଏହି ବୃଦ୍ଧ ବୃଦ୍ଧା ମାନେ ବୟଷାଧିକ କାରଣରୁ ଭତ୍ତା ପାଇଁ ଯାଇ ନପାରିବା କାରଣରୁ କୁଲୁରୁକୁମ୍ପା ପଂଚାୟତ ନିର୍ବାହୀ ଅଧିକାରୀ, ନିଜ ଇଛା ମୁତାବକ ଭତ୍ତା ପ୍ରଦାନ କରିବା ଅଭିଯୋଗ କରିଛନ୍ତି

କିଛି ହିତାଧିକାରୀ ।ସରକାରଙ୍କ ନିୟମ ଅନୁସାରେ ସଂପୃକ୍ତ ନିର୍ବାହୀ ଅଧିକାରୀ , ଗ୍ରାମ କିମ୍ବା ଓ୍ବାର୍ଡ ଓ୍ବାର୍ଡ ବୁଲି ଭତ୍ତା ଦେବାର ନିୟମ ଥିଲେ ମଧ୍ୟ, ସରକାରଙ୍କ ନିର୍ଦ୍ଦେଶ କୁ ବେଖାତିର୍ କରି ନିଜ ସୁବିଧାରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏ ବିଷୟରେ ପଂଚାୟତ ନିର୍ବାହୀ ଅଧିକାରୀ କୁଂ ପଚାରିଲେ ସେ କୁହନ୍ତି, ଜଂଗଲ ପାହାଡ ମଧ୍ୟରେ ଯଦି କିଛି ଚୋରି ଡକାୟତି ହୋଇଯାଏ ତେବେ ସେଥିପାଇଁ କିଏ ଦାୟୀ ହେବ ? ତେଣୁ ଆମେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ହିଁ ଭତ୍ତା ଦେବୁ।

Post a Comment

Please Select Embedded Mode To Show The Comment System.*

Previous Post Next Post