ପୂର୍ବରୁ ସ୍ୱାମୀ ଚାଲିଗଲେ ଆଜି ଚାଳଘରଟି ନିଆଁ ଲାଗି ଜଳିଗଲା, ଅସହାୟ ଅବସ୍ଥାରେ ବିଧବା ସରସ୍ବତୀ !
କୁଜାମେଣ୍ଢୀ : ନୟାଗଡ଼ ଖବର ( ରିପୋର୍ଟ - ପ୍ରକାଶ କୁମାର ନାୟକ) : 28/04/2021 : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସୀମାନ୍ତ କୁଜାମେଣ୍ଢୀ ଗ୍ରାମ ପଞ୍ଚାୟତ ର କୁମ୍ଭୀକିଳା ଗ୍ରାମରେ ଆଜି ମଧ୍ୟାହ୍ନ 12 ଘଣ୍ଟିକା ସମୟରେ ସରସ୍ବତୀ ବେହେରା ସ୍ୱାମୀ ସ୍ବର୍ଗତ ସୋମନାଥ ବେହେରା ଙ୍କ ଘରେ କୌଣସି କାରଣ ବଶତଃ ନିଆଁ ଲାଗି ଘର ପୋଡ଼ି ଯିବା ସହିତ ଘର ଭିତରେ ଥିବା ବହୁ ମୂଲ୍ୟବାନ ଜିନିଷ ଗୋଡ଼ିକ ପୋଡ଼ିଯାଇଛି | ଦୈନନ୍ଦିନ ଜୀବନରେ ମଜୁରୀ କାମ କରି ନିଜର ପରିବାର କୁ ଆହାର ମୁଠେ ସଂଗ୍ରହ କରି ସୁଖ ଶାନ୍ତି ରେ ଚଳିବାକୁ ଚାଁହୁଥିବା ପରିବାର ଆଜି ବିଧାତା ର ଏକି ବିଡମ୍ବନା ଯେ କିଛି ଦିନ ପୂର୍ବରୁ ସରସ୍ବତୀ ବେହେରା ଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଥିଲେ ମଧ୍ୟ ସରସ୍ବତୀ ସ୍ୱାମୀ ବିୟୋଗ ର ଦୁଃଖକୁ ନିଜ ଛାତି ଭିତରେ ଚାପି ରଖି ନିଜ କର୍ମ କୁ ଆଦରି ନେଇ ନିଜ ପିଲାମାନଙ୍କୁ ନେଇ ଦୁନିଆରେ ବଞ୍ଚିବାକୁ ଚାଁହୁଥିଲେ | ମଧ୍ୟ ଭଗବାନ ତାଙ୍କୁ ସାଥ ଦେଲେନାହିଁ |
ନିଜର କର୍ମ କରି ଘରକୁ ଫେରି ପିଲାଙ୍କ ପାଇଁ ଖାଦ୍ୟ ମୁଠେ ପ୍ରସ୍ତୁତି କରିବାକୁ ଚାହୁଁଥିବା ସମୟରେ ଜାଣିବାକୁ ପାଇଲେ ନିଜର ଘର ପୋଡ଼ି ଯାଉଛି | ମଧ୍ୟାହ୍ନ ସମୟରେ ନିଆଁ ଟି ଏତେ ପ୍ରଖର ବେଗରେ ଜଳି ଉଠୁଥିଲା ଯେ ତାଙ୍କୁ ଲିଭେଇବା ବହୁତ କଷ୍ଟ ସାଧ୍ୟ ଥିଲା | ଠିକ ଏହି ସମୟରେ ନିଆଁ ଲାଗିବା ଦେଖି ଗ୍ରାମର ଶତାଧିକ ଲୋକ ନିଆଁ ଲିଭେଇ ବାକୁ ଚେଷ୍ଠା କରିବା ସହିତ ଅଗ୍ନିଶମ ବିଭାଗ କୁ ଫୋନ କରି ଦମକଳ ସାହାର୍ଯ୍ୟ ରେ ନିଆଁ କୁ ଆୟତ କରିଥିଲେ | ସରସ୍ବତୀ ବେହେରା ଜଣେ ଗରିବ ପରିବାର ର ଜଣେ ବିଧବା ମହିଳା
ହୋଇଥିବା ହେତୁ ସରକାର ତାଙ୍କୁ ବିଧବା ଭତ୍ତା ଦେବା ସହିତ ପରିବାରକୁ କିଛି ଆର୍ଥିକ ସହାୟତା ଏବଂ ଚଳଣି ନିମନ୍ତେ ସମସ୍ତ ସୁବିଧା ସୁଯୋଗ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି |
ହୋଇଥିବା ହେତୁ ସରକାର ତାଙ୍କୁ ବିଧବା ଭତ୍ତା ଦେବା ସହିତ ପରିବାରକୁ କିଛି ଆର୍ଥିକ ସହାୟତା ଏବଂ ଚଳଣି ନିମନ୍ତେ ସମସ୍ତ ସୁବିଧା ସୁଯୋଗ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି |