ସାମ୍ବାଦିକଙ୍କ ପ୍ରତି ପୁଲିସ ର ଦୁର୍ବ୍ୟବହାର ଘଟଣା....
*ଦୃଢ଼ କାର୍ଯ୍ୟନୁଷ୍ଠାନ ନହେଲେଆନ୍ଦୋଳନ
*ସୋମବାର ଥାନା ଓ ବ୍ଲକ ସମ୍ବୁଖରେ ପ୍ରତିବାଦ
ବାଲିଗୁଡ଼ାr27/05/2022(ରିପୋର୍ଟ : ମିହିରକାନ୍ତ ମିଶ୍ର) - କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ସାମ୍ବାଦିକ ପେଷା ଓ କାର୍ଯ୍ୟ ଦକ୍ଷତା ନେଇ ସଙ୍କଟ ସୃଷ୍ଟି ହେଉଥିବା କୁ ନେଇ ବାଲିଗୁଡ଼ା ସ୍ଥିତ ଗାୟତ୍ରୀ କଲ୍ୟାଣ ମଣ୍ଡପ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଜିଲ୍ଲା ସଦର ମହକୁମା ରେ ଥିବା ଆଦର୍ଶ ଥାନା ର କାର୍ଯ୍ୟରତ ସବ ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ୧୮ରିଖ ରାତିରେ ଯେଉଁ ଭାବରେ ସାମ୍ବାଦିକଙ୍କୁ ଅସଭ୍ୟ ଓ ଅଶ୍ଳିଳ ଭାଷା ରେ ଗାଳିଗୁଲଜ ସହ ଗୋଡ଼ାଇ ଗୋଡ଼ାଇ ପିଟିବା ଭଳି କଟୁ ମନ୍ତବ୍ୟ ରେ ଧମକ ଦେଇ ଥିବା ଅଡିଓ ଭାଇରାଲ ଘଟଣାରେ କନ୍ଧମାଳ ଏସପି ଡ. ଭିନିତ ଅଗ୍ରୱାଲ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ତେଜିବାରେ ଲାଗିଥିବା ମତ ପ୍ରକାଶ ପାଇଛି।
ଜିଲ୍ଲାର ବିଭିନ୍ନ ସଂଗଠନ ଏହାକୁ ଦୃଢ଼ ନିନ୍ଦା କରିବା ସହ କଡ଼ା କାର୍ଯ୍ୟନୁଷ୍ଠାନ ଦାବି କରି କନ୍ଧମାଳ ଏସପି ଙ୍କୁ ଦାବୀ ପତ୍ର ପ୍ରଦାନକରିଥିଲେ। ଘଟଣାକୁ ୯ଦିନ ବିତିଥିବା ବେଳେ କନ୍ଧମାଳ ଏସପି କେବଳ ସବ ଇନ୍ସପେକ୍ଟର କୁ ହେଡ କ୍ୱାଟର କୁ ବାଦଳୀ କରିବା ସହ ଜଣେ ଡିଏସପି କୁ ତଦନ୍ତ ନିର୍ଦ୍ଦେଶ ଦେଇ କାମ ସାରି ଦେଇଛନ୍ତି । ଯାହା ସାମ୍ବାଦିକ ମାନଙ୍କ ମଧ୍ୟରେ କ୍ଷଭୋ ପ୍ରକାଶ ପାଇଛି। ଯଦି କନ୍ଧମାଳ ଏସପି ସବ ଇନ୍ସପେକ୍ଟର ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟଳୟ ଓ ଥାନା ସମ୍ବୁଖରେ ପ୍ରତୀକ ପ୍ରତିବାଦ କରାଯିବା ସହ ଜିଲ୍ଲା ଦୃଷ୍ଟି ହୋଇଥିବା କୁ ସାମ୍ବାଦିକ ମାନଙ୍କ ସଙ୍କଟ ଦୂର ପାଇଁ ଜିଲ୍ଲାପାଳ ହସ୍ତକ୍ଷେପ ଲୋଡ଼ି ଦାବୀ ପତ୍ର ପ୍ରଦାନ କରିବେ।
ବାରିଷ୍ଟ ସାମ୍ବାଦିକ ସନ୍ତୋଷ କୁମାର ଦାଶ ଙ୍କ ଆବାହନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ସଂଘ ବ୍ୟବସ୍ଥା ରୁ ଉର୍ଦ୍ଧରେ ରହି ବିଭିନ୍ନ ପ୍ରିଣ୍ଟ, ଇଲୋଟ୍ରନିକଶ ଓ ୱେବ ମିଡ଼ିଆ ର ବରିଷ୍ଟ ସାମ୍ବାଦିକ ସାମ୍ବାଦିକ ମନୋରଂଜନ ରାୟ, ଗଗନ କୁମାର ପ୍ରଧାନ, ସଞ୍ଜୟ ପାଣିଗ୍ରାହୀ, ମାଧବ ଚନ୍ଦ୍ର ଦାସ, ଫିଲିପ ଦିଗାଲ, ପ୍ରତାପ ନାୟକ, ବନବାସୀ ପ୍ରଧାନ, ମନୋଜ ନାୟକ, ସିମଞ୍ଚଳ ସାହୁ, ଅନୁଗ୍ରହ ନନ୍ଦ, ଚନ୍ଦ୍ର ଶେଖର ନାୟକ ଭବାନୀ ଶଙ୍କର ଜେନା, ବିକ୍ରମ ଦିଗାଲ , ପଦ୍ମନାଭ ପାଣିଗ୍ରାହୀ, ସୁକାନ୍ତ ତ୍ରିପାଠୀ,ପ୍ରଭାତ ନନ୍ଦ ଯୋଗ ଦେଇଥିବା ବେଳେ, ଜିଲ୍ଲା ଓ ଯେ ୟୁ ସାମ୍ବାଦିକ ସଂଘ, ଦାରିଂବାଡ଼ି, ତୁମୁଡିବନ୍ଧ, ରାଇକିଆ, କୋଟଗଡ ଓ। ଜିଲ୍ଲା ୱେବ ମିଡ଼ିଆ ସଂଘ ଏହି ଦାବୀ ପ୍ରତି ସଂପୂର୍ଣ୍ଣ ସମର୍ଥନ ଥିବା ପ୍ରକାଶ କରିଛନ୍ତି।