ଦଶପଲ୍ଲାରେ ଆକ୍ରାନ୍ତ କଂ ସଂଖ୍ୟା ୧୯୦ !

ଦଶପଲ୍ଲାରେ ଆକ୍ରାନ୍ତ କଂ ସଂଖ୍ୟା ୧୯୦ !

ଦଶପଲ୍ଲାରେ ଆକ୍ରାନ୍ତ କଂ ସଂଖ୍ୟା ୧୯୦ !


ଦଶପଲ୍ଲା ରୁ ରତ୍ନାକର ହୋତାକଂ ରିପୋର୍ଟ :-  ଦଶପଲ୍ଲା ପାଇଁ ବିପଦ ବଢାଉଛନ୍ତି , ଭୂବନେଶ୍ୱର ଓ କଟକ ଫେରନ୍ତା ।ଗତକାଲି ର ରିପୋର୍ଟ ଅନୁଯାୟୀ ଦଶପଲ୍ଲାରେ ଆକ୍ରାନ୍ତ କଂ ସଂଖ୍ୟା ଶହେ ନବେ ଛୁଇଁ ଥିବାବେଳେ , ଆଜିର ର ରିପୋର୍ଟ ଆହୁରି ଚିନ୍ତା ବଢାଇପାରେ ବୋଲି, ଅନୁମାନ କରାଯାଉଛି ।ବିଶେଷ ଭାବରେ ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ସ୍ଥିତି ବିଗିଡି ବାରେ ଲାଗିଛି । ବିଶେଷ କରି କଟକ ଓ ଭୂବନେଶ୍ୱର ଫେରନ୍ତା ଦିନ ମଜୁରିଆ ମାନେ ସିଧା ସଳଖ ନିଜ ଘରେ ପ୍ରବେଶ କରୁଥିବାରୁ, ସ୍ଥିତି ଆହୁରି ବିଗିଡି ବାର ସଂଭାବନା ରହିଛି । ସରକାରଙ୍କ ଦ୍ବାରା ଘୋଷିତ କଣ୍ଟେନ୍ ମେଣ୍ଟ ଜୋନ୍ ର ନିୟମକୁ ଖୋଲାଖୋଲି ଉଲଂଘନ କରି ସଂକ୍ରମିତ ବ୍ୟକ୍ତି ମାନେ, ବାହାରେ ବୁଲାବୁଲି କରୁଥିଲେ ମଧ୍ୟ, ଏଥିପ୍ରତି କାହାର ନଜର ନାହିଁ । ସ୍ଥାନୀୟ ଜନ ପ୍ରତିନିଧି କରୋନା ସମସ୍ୟାକୁ ଅତ୍ୟନ୍ତ ହାଲକା ଭାବେ ନେଉଥିବା ଦେଖିବାକୁ ମିଳୁଛି । କେତେକ କଣ୍ଟେନ୍ ମେଣ୍ଟ୍ ଜୋନ୍ ରେ ମଦ ମାଂସ ର ଆସର ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

Post a Comment

Please Select Embedded Mode To Show The Comment System.*

Previous Post Next Post