ପିଇବା ପାଣିର ଘୋର ଅଭାବ : ପାଣି ପାଇଁ ରାସ୍ତାକୁ ଓଲ୍ହାଇଲେ ମହିଳା !

ପିଇବା ପାଣିର ଘୋର ଅଭାବ : ପାଣି ପାଇଁ ରାସ୍ତାକୁ ଓଲ୍ହାଇଲେ ମହିଳା !

ପାଣି ପାଇଁ ରାସ୍ତାକୁ ଓଲ୍ହାଇଲେ ମହିଳା !


 ନୟାଗଡ଼:21/05/2021(ରିପୋର୍ଟ -ରତ୍ନାକର ହୋତା/ମାନସ ରଞ୍ଜନ ଦାଶ ):  ପାଣି ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗୃହିଣୀମାନେ । ଖରା ତାତି ଯେତିକି ବଢ଼ୁଛି ତାଠୁ ଜଳ କଷ୍ଟ ଅଧିକ ହେଉଛି । ତେବେ ପିଇବା ପାଣି ଯୋଗାଇ ଦେବାର ଦାବି କରି ନୟାଗଡ଼ ଜିଲ୍ଲ ଗଣିଆ ବ୍ଲକ ଅନ୍ତର୍ଗତ ବେଳପଡା ପଞ୍ଚାୟତ ରାଉତପଡା ଗ୍ରାମର ଦୁଇ ସାହି ଯଥା ମାଳିସାହି ଓ କୈବର୍ତସାହି ମଧ୍ୟରେ ପିଇବା ପାଣି ପାଇଁ ରାଉତପଡା ପାଣି ପମ୍ପ ପାଖରେ ଶତାଧିକ ପୁରୁଷ ଓ ମହିଳା ଘେରାଉ କରିଥିଲେ ।

 ଆଜକୁ ତିନିବର୍ଷଧରି ପାଣି ଟାଙ୍କି ନିର୍ମାଣ କରି ପାଣି ଯୋଗାଇ ଦେବାକୁ ଦାବି ହୋଇ ଆସୁଥିଲେ ବି ପାଣିଟାଙ୍କି ତିଆରି କରାଯାଇ ଅର୍ଦ୍ଧନିର୍ମିତ ଭାବରେ ପଡିରହିଛି ।ଯେତିକି ପାଣି ଦିଆଯାଉଛି ସମୁଦ୍ରକୁ ଶଙ୍ଖେ ଭଳି ଦିଆ ଯାଉଛି। ଦୁଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବହୁ ଦିନ ହେଲା ପାଣି ଟାଙ୍କି ଅର୍ଦ୍ଧ ଭଗ୍ନ ଭାବରେ ପଡିରହିଛି । ଫଳରେ ଦୁଇସାହିରେ ପାନୀୟଜଳ ସଙ୍କଟ ଦେଖାଦେଇଛି ।

ମହିଳାମାନେ ନଦୀରେ ଚୁଆ ଖୋଳି ପାଣି  ଆଣି ପିଉଥିଲେ ।ହେଲେ ନଦୀର  ପାଣିର ଅଭାବ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ସାହିରେ ନଳକୂପ ଥିଲେ ବି ଖାଇବା ଉପଯୋଗୀ ପାଣି ବାହାରୁ ନଥିବାରୁ ଗୃହିଣୀମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ପାନୀୟ ଜଳ ବ୍ୟବସ୍ଥା କରା ନଗଲେ ଆନ୍ଦୋଳନ ତୀବ୍ରତର କରିବେ ବୋଲି ମହିଳାମାନେ  ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ଘଟଣା ସ୍ଥଳରେ ଗ୍ରାମ୍ୟ ଓ ପାନୀୟ ଜଳ ବିଭାଗର କନିଷ୍ଠ ଯନ୍ତ୍ରୀ ଲିପ୍ସା ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମର ଦୁଇ ସାହିର ଲୋକ ମାନଙ୍କୁ ବୁଝାସୁଝା କରିବା ସହିତ ଦୁଇ ରୁ ତିନି ଦିନ ଭିତରେ ଆସୁ ସମାଧାନ କରିବାକୁ ପ୍ରତିଶୃତି ଦେଲା ପରେ ଲୋକମାନେ ଘଟଣା ସ୍ଥଳରୁ ଓହରିଥିଲେ।ଯଦିଓ ଦୁଇତିନି ଭିତରେ ପାଣି ସମସ୍ୟାର ସମାଧାନ ନ ହୁଏ ତେବେ ଜନସାଧାରଣ ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Post a Comment

Please Select Embedded Mode To Show The Comment System.*

Previous Post Next Post