ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୂଲ୍ୟରେ ପଦ୍ମଶ୍ରୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି...

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୂଲ୍ୟରେ ପଦ୍ମଶ୍ରୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି... 

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୂଲ୍ୟରେ ପଦ୍ମଶ୍ରୀ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି...


ଖୋର୍ଦ୍ଧା : 09/05/2021(ରିପୋର୍ଟ : ସନାତନ ମହାକୁଡ଼) : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ,ଖୋର୍ଦ୍ଧା ଆନୁକୁଲ୍ୟରେ ସଂସଦର  ସଭାପତି ଡ଼ଃ ରଜନୀ ରଞ୍ଜନ ଦାଶ ଙ୍କ ସଭାପତିତ୍ବରେ ତଥା ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବଳରାମ ତରାଇଙ୍କ ଓ ସରସ୍ୱତୀ ନାୟକଙ୍କ ଆହ୍ବାନ କ୍ରମେ ଆଜି ସନ୍ଧ୍ୟା ୮ଟାରେ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମବିଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ର ଙ୍କ  ଅମର ଆତ୍ମାର ସଦଗତି ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଗୁଗୁଲ ମୀଟ ଜରିଆରେ କରାଯାଇଥିଲା। ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ ତରାଇ ଉଦ୍ଦେଶ୍ୟ ଜ୍ଞାପନ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ପଶ୍ଚିମାଞ୍ଚଳ ଜୋନ ବିଚାରକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବ୍ରହ୍ମନାଦ  ସହ କାର୍ଯ୍ୟକ୍ରମ ଟି କୁ ଆରମ୍ଭ କରାଯାଇଥିଲା ।ସ୍ବର୍ଗତ ମହାପାତ୍ର ଙ୍କ ଆମର ଆତ୍ମାର ସଦ୍ଗତି ନିମନ୍ତେ  ଦୁଇ ମିନିଟ  ସମବେତ ନୀରବ ପ୍ରାର୍ଥନା  ପରେ  ଉପସ୍ଥିତ ସମସ୍ତେ ସ୍ମୃତିଚାରଣ   ଉଦ୍ଦେଶ୍ୟରେ ସ୍ବର୍ଗତ ମହାପାତ୍ରଙ୍କ କଳା ,ସ୍ଥାପତ୍ୟ ଓ ସଂସ୍କୃତି ଉପରେ ଥିବା ମହାନ୍ ପରାକାଷ୍ଠା ଓ ଅମ୍ଳାନ ପ୍ରତିଭା  କୁ ବର୍ଣ୍ଣନା କରି ଥିଲେ। ସମସ୍ତଙ୍କ ହୃଦୟରେ ସେ ଯେମିତି ପୁଣି ଥରେ ଜୀବନ୍ତ ହୋଇଉଠିଥିଲେ।  ତାଙ୍କର ଦ୍ଵିତୀୟ କୋଣାର୍କ ଗଢିବାର ଯେଉଁ ଆଶା ଅପୂର୍ଣ୍ଣ  ରହିଯାଇଛି ତାହା  ପୂର୍ଣ୍ଣ ହେଲେ ତାଙ୍କର ଆତ୍ମା ପ୍ରକୃତରେ ଶାନ୍ତି ପାଇବ ବୋଲି ଉପସ୍ଥିତ ସମସ୍ତେ ହୃଦବୋଧ   କରିଥିଲେ।ଏହି କାର୍ଯ୍ୟକ୍ରମରେ  ଡ଼ଃ କୁଳମଣୀ ଓଝା, ଡ଼ଃ ସୁଧlମୟୀ ବେହୁରା, ଡ଼ଃ ନୀଳାଦ୍ରୀନାଥ ଜଗଦେବ, ଚିତ୍ତରଞ୍ଜନ ନନ୍ଦ, କରୁଣାକର ମଲ୍ଲିକ, ଜ୍ୟୋତିରଞ୍ଜନ  ଦାଶ, ଗୋଦାବରୀ ଦାଶ, ଜମ୍ବେଶ୍ୱର ଦଳାଇ, ଅଧ୍ୟାପକ ସୂର୍ଯ୍ୟନାରାୟଣ ମହାରଣା, ସୁରମା ଦାଶ, ଅର୍ଚନା ଦାଶ, ଅନସୂୟା ଦେବତା, ସୂଦୀପ୍ତା ବିଶ୍ୱାଳ, ସୁମିତ୍ରା ସାହୁ, ପ୍ରଭାସିନୀ ମିଶ୍ର, ଭଗବାନ ଓତା, ନୀଳମଣି ଥପା, ତ୍ରିନାଥ ପଟନାୟକ, ଯୁଧିଷ୍ଠିର ମୁଦୁଲି, କୈଳାସ ଚନ୍ଦ୍ର ପଟନାୟକ, ବଳରାମ ତରାଇ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି କାମନା କରି ଶବ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

  ଆସନ୍ତୁ ଜାଣିବା ସ୍ଥପତି ରଘୁନାଥ ମହାପାତ୍ରଙ୍କ ବିଷୟରେ ଅଧିକ ସୂଚନା :


ଅନନ୍ୟ ସ୍ଥପତି ରଘୁନାଥ ମହାପାତ୍ର
       ----------------------------------
1. ଜନ୍ମ - ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖ ପୁରୀିରେ l
2. ବାପା ଦାମୋଦର ମହାପାତ୍ର ମାଆ ଶକୁନ୍ତଳା ଦେବୀ l
3. ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଛାଡି ପଥର ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ l
4. ୧୮ ବର୍ଷ ବୟସରେ ପୁରୀ ଛାଡ଼ି,ଭୁବନେଶ୍ୱର ଆସିଥିଲେ l
5. ଓଡ଼ିଶା ସରକାରଙ୍କ ହସ୍ତକଳା ତାଲିମ ଓ ଡିଜାଇନ ସେଣ୍ଟରରେ ଚାକିରି ଜୀବନ ଆରମ୍ଭ କରିଥିଲେ l 
6. ଖୁବ କମ ବୟସରୁ ପ୍ରତିଷ୍ଠା ଲାଭ କରିଥିବା ରଘୁନାଥ ମହାପାତ୍ରଙ୍କୁ ୧୯୭୬ ମସିହାରେ ମାତ୍ର ୨୩ ବର୍ଷ ବୟସରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା l
7. ଭୁବନେଶ୍ୱର ଉପକଣ୍ଠରେ ଥିବା ଶିଳ୍ପୀଗ୍ରାମ ଓ "ରଘୁନାଥ କ୍ରାଫ୍ଟସ୍"ର ସେ ପ୍ରତିଷ୍ଠାତା ଥିଲେ l
8. ସେ ପୁରାତନ ଶୈଳୀରେ ନୂତନ ଭାବେ ନିର୍ମିତ ତାରାତାରିଣୀ ମନ୍ଦିରର ମୂଖ୍ୟ ସ୍ଥପତି ଭାବେ କାର୍ଯ୍ୟ କରିବା ସହ ଭାରତ ସାରା ବହୁ ମନ୍ଦିର ନିର୍ମାଣ କରିଛନ୍ତି l
9. ୨୦୧୬ ମସିହାରେ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଭାବେ ନିଯୁକ୍ତ କରିଥିଲେ l
10. ତାଙ୍କ ଠୁଁ ତାଲିମ ପ୍ରାପ୍ତ ବହୁ ଶିଳ୍ପୀ ଦେଶ ବିଦେଶରେ ନାଁ କରିଛନ୍ତି l
 କଳାକୃତୀ:-
1. ଭୁବନେଶ୍ୱର ମାଷ୍ଟରକାଣ୍ଟିନ ଛକରେ ୧୮ଫୁଟ ଲମ୍ବା ଓ ୧୫ଫୁଟ ଉଚ୍ଚର କୋଣାର୍କ ଘୋଡ଼ l
2. କଟକ ବାରବାଟୀ ଷ୍ଟାଡିଅମରେ ୧୨ଫୁଟର କୋଣାର୍କ ଘୋଡ଼ା l
3. ଭୁବନେଶ୍ୱର ବିମାନ ବନ୍ଦରରେ ୧୬ ଗୋଟି କୋଣାର୍କ ଚକ l
4. ଟିଟଲାଗଡ଼ ଠାରେ ୭୦ଫୁଟ ଉଚ୍ଚତାର ୩ଟି ମନ୍ଦିର ନିର୍ମାଣ l
5. ଗଞ୍ଜାମର ନୂତନ ତାରାତାରିଣୀ ମନ୍ଦିରର ନିର୍ମାଣ l
6. ସଂସଦରେ ସ୍ଥାପିତ ୫ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି l
7. ସେ ରାଜ୍ୟସଭାର ନିର୍ବାଚିତ ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି l
8. ରାଜୀବ ଗାନ୍ଧୀଙ୍କ ସମାଧି ପୀଠ ନିର୍ମାଣ l
9. ନୂଆଦିଲ୍ଲୀ ଅଶୋକା ହୋଟେଲରେ ୧୪ଫୁଟ ଉଚ୍ଚତାର କୋଣାର୍କ ଚକ୍ର l
10. ଧଉଳୀରେ ୨ଟି ବୁଦ୍ଧ ମୂର୍ତ୍ତି l
11. ଲଦାଖରେ ୨୦ଫୁଟ ଉଚ୍ଚତା ବିଶିଷ୍ଟ ୩ଟି ବୁଦ୍ଧ ମୂର୍ତ୍ତି l
12. ଫ୍ରାନ୍ସରେ କାଠର ବିଶାଳ ବୁଦ୍ଧ ମୂର୍ତ୍ତି l
13. ଜାପାନରେ ୧୫ଫୁଟ ଉଚ୍ଚତାର ଅଶୋକ ସ୍ତମ୍ଭ l
14. ପୁରୀ ଅଠରନଳା ଠାରେ ଗରୁଡ଼ ମୂର୍ତ୍ତି l
15. ଦ୍ୱିତୀୟ କୋଣାର୍କ ଗଢ଼ିବେ ବୋଲି ପ୍ରସ୍ତାବ ରଖି ସରକାରଙ୍କୁ ସାହାଯ୍ୟ ମାଗି ଥିଲେ l
16. କଳାର ଦେଶ ଆମ ଉତ୍କଳର କଳାକୁ ଦେଶ ବିଦେଶରେ ବହୁଳ ଭାବେ ପରିଚିତ କରାଇଥିବା ଏ ଅନନ୍ୟ ସ୍ଥପତିଙ୍କୁ ଏ ଜାତି ଚିରକାଳ ମନେ ରଖିବ l
ପୁରସ୍କାର ଓ ସମ୍ମାନ :-
• ପଦ୍ମବିଭୂଷଣ, ୨୦୧୩ l
• ପଦ୍ମଭୂଷଣ, ୨୦୦୧ l
• ପଦ୍ମଶ୍ରୀ, 1976 l
• ଜାତୀୟ ଶିଳ୍ପୀ ପୁରସ୍କାର, ୧୯୬୪ l
• ଶିଳ୍ପୀଗୁରୁ ସମ୍ମାନ ୨୦୦୬ l
• ଭରତମୁନି ସମ୍ମାନ - ୨୦୧୪ l
• ମହ୍ଲାର ସମ୍ମାନ, ୨୦୧୭ l
ଆଜି ମଇ 9 ତାରିଖ, 2021ମସିହାରେ ଏହି ମହା ସ୍ଥପତିଙ୍କର ମହାପ୍ରୟାଣ ହୋଇଛି l

Post a Comment

Please Select Embedded Mode To Show The Comment System.*

Previous Post Next Post