ବସୁଧା ଯୋଜନା ର ବିକଳ ଚିତ୍ର !
ନୂଆଗାଁ : 20/05/2021(ରିପୋର୍ଟ : ନିରଞ୍ଜନ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି | ସାଧାରଣତଃ ଲୋକଙ୍କ ମୋୖଳିକ ଅଧୀକାର ପାନୀୟ ଜଳ ଯୋଗାଣ ଯୋଜନା, ଏହି ଗାଁ 'ରେ ଅସହାୟ ହୋଇ ପଡିଛି | ଯୋଜନା କେବଳ କାଗଜ କଲମରେ ଥିଲା ଭଳି ମନେହେଉଛି ।
ଆସନ୍ତୁ ବନ୍ଧୁଗଣ ଦେଖନ୍ତୁ ଏହି ଗ୍ରାମର ଲୋକମାନେ କିପରି ହଇରାଣ ହେଉଛନ୍ତି ଜଳ ପାଇଁ ! ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ହରିପୁର ପଂଚାୟତର ଭାଟସାହି ଗ୍ରାମ | ଏହି ଗ୍ରାମରେ 500ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି |ହେଲେ ପିଇବା ପାଣି ପାଇଁ ମାତ୍ର ଦୁଇଟି ନଳକୁଅ | ବର୍ତ୍ତମାନ ଖରା ସମୟ | ପୁଣି କରୋନା ମହାମାରୀ | ଏଭଳି ସମୟରେଲୋକମାନଙ୍କପାଇଁ ଚଳିବା କଷ୍ଟକର |
ଗ୍ରାମବାସିଙ୍କ ମ୍ବାରମ୍ବାର ଅଭିଯୋଗ, ପ୍ରଶାସନ ଓ ଜନପ୍ରତିନିଧିଙ୍କ ସହଯୋଗ ଦ୍ଵାରା ଗ୍ରାମ କୁ ଆସିଲା ପାନୀୟ ଜଳ ପ୍ରକଳ୍ପ | କିନ୍ତୁ ପ୍ରକଳ୍ପ ଅଧାରେ ପଡିଛି | ଲକ୍ଷ ଲକ୍ଷ ରାଜସ୍ବ ଖର୍ଚ୍ଚ କରି ତିଆରି ହୋଇଥିବା ପାନୀୟ ଜଳ ଯୋଗାଣ କାର୍ଯ୍ୟ, ଏବେ ଲୋକମାନଙ୍କର ସେବାରେ ଆସୁନି | ଏହିଭଳି ମହାମାରୀ ସମୟ ସହ ମୁଣ୍ଡ ଫଟା ଖରା ବେଳକୁ ଗାଁ'ରେ ଅଛି ମାତ୍ର ଗୋଟିଏ ପୋଖରି | ହେଲେ ପଙ୍କ ଉଦ୍ଧାର ପାଇଁ ପୋଖରୀରେ ବି ପାଣି ନାହିଁ | ଏହିଭଳି ବିପଦ ସମୟରେ ସବୁ କାମ ସାରିଥିଲେ ମଧ୍ୟ ସବୁ ଯୋଜନା କାହାପାଇଁ ବୋଲି ଚର୍ଚ୍ଚା ଚାଲିଛି ||ଏପଟେ 50, 000 ଲିଟର କ୍ଷମତା ବିଶିଷ୍ଟ ପାଣିକୁଅ ଚାରିପଟରୁ ପଥର ଭୁଷୁଡି ପଡିଲାଣି | ଏପଟେ ବିଳମ୍ବ ସେପଟେ ପଥର ଭୁଷୁଡି ପଡିବା,

ଲୋକଙ୍କ ସନ୍ଦେହ କୁ ଦ୍ଵିଗୁଣିତ କରିଛି | କିଛି ଲୋକ କୁହନ୍ତି, ଅଫିସର ଠିକା ଦାରଙ୍କ ମଧୁଚଦ୍ରୀକା ଯୋଗୁଁ ପ୍ରକଳ୍ପ ର ଅବସ୍ଥା ଏପରି ହୋଇଛି | ଏହି ବିଷୟରେ ନୂଆଗାଁ ବିଡ଼ିଓ ବିଭୁଦ ଗଡ଼ନାୟକ ସହ ଆଲୋଚନା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରିଥୀଲୁ କିନ୍ତୁ ସମ୍ବବ ହୋଇ ନଥିଲା । ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲୁ, ହେଲେ ସେ କହିଥିଲେ, ସେହି ଜାଗା ଏସ୍ଟିମେଟ ଭୁଲ୍ ଅଛି | ଆଉଥରେ ଏସ୍ଟିମେଟ କଲେ ବହୂତ ବିଳମ୍ବ ହେବା ଜାଣି ରିକ୍ସ ନେଇ ସେଠାରେ କାମ କରାଯାଇଛି | ପୂର୍ବରୁ ଯେଉଁ ଜେଇ ଏହାର ଦାୟିତ୍ୱ ନେଇଥିଲେ ସେ ଏହି ଜାଗାର ଏସ୍ଟିମେଟ ଦେଇଥିଲେ | "
ଏହି ପ୍ରକଳ୍ପ ର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିବ ବୋଲି ଗ୍ରାମବାସୀମାନେ ଦାବି କରୁଛନ୍ତି |