"ସଷ୍ଟେନେବଲ୍ ଡେଭେଲପମ୍ୟାଣ୍ଟ୍ ଗୋଲ୍" ସୂଚୀରେ ଚଳିତ ବର୍ଷ ଓଡିଶାକୁ ମିଳିଛି 61ପଏଣ୍ଟ !
ଭୁବନେଶ୍ୱର : 21/06/2021(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓଡିଶା ଆସିଥିବା ନୀତି ଆୟୋଗର ପ୍ରତିନିଧି ଦଳ ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ "ସଷ୍ଟେନେବଲ୍ ଡେଭେଲପମ୍ୟାଣ୍ଟ୍ ଗୋଲ୍" ସୂଚୀ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରାଯାଇଛି। ଓଡିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ମମତା ଯୋଜନା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଯୋଜନାଗୁଡିକୁ ଏହି ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। 2018 ମସିହାରେ ନୀତି ଆୟୋଗର ଏହି ସୂଚୀରେ ଓଡିଶା 51 ପଏଣ୍ଟ ହାସଲ କରିଥିବା ବେଳେ 2020-21ରେ ଓଡିଶାକୁ 61 ପଏଣ୍ଟ ମିଳିଛି |
ସଷ୍ଟେନେବଲ୍ ଡେଭେଲପମ୍ୟାଣ୍ଟ୍ ଗୋଲ୍-2030 ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ଲକ୍ଷ୍ୟ ପୂରଣ ପାଇଁ 7ଟି ୱର୍କିଙ୍ଗ୍ ଗ୍ରୁପ୍ ଗଠନ କରାଯିବା ସହ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍ ଗଠନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।ଓଡିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ମମତା ଯୋଜନା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ଯୋଜନାଗୁଡିକୁ ଏହି ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ୨୦୧୮ ମସିହାରେ ନୀତି ଆୟୋଗର ଏହି ସୂଚୀରେ ଓଡିଶା ୫୧ ପଏଣ୍ଟ ହାସଲ କରିଥିବା ବେଳେ ୨୦୨୦-୨୧ରେ ଓଡିଶାକୁ ୬୧ ପଏଣ୍ଟ ମିଳିଛି। pic.twitter.com/P87aVFAG6m
— I & PR Department, Odisha (@IPR_Odisha) June 21, 2021
Tags:
State news