ବାଣିଗୋଛା ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ
ଦଶପଲ୍ଲା :- ଆଜି ନୟାଗଡ଼ ଜିଲ୍ଲାର ଉପାନ୍ତ ଅଂଚଳ ବାଣିଗୋଛା ମହାବିଦ୍ୟାଳୟ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିର କୁ ଦଶପଲ୍ଲା ର ମାନ୍ୟବର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବରେ ଦଶପଲ୍ଲା ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ , ଦଶପଲ୍ଲା ପଂଚାୟତ ସମିତି ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ , ସାଂସଦ ପ୍ରତିନିଧି ପ୍ରଶନ୍ନ କୁମାର ସାହୁ , ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ କଂ ସମେତ ବହୁ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ରହି ରକ୍ତଦାନ କରିଥିଲେ । ଆଜିର ଏହି ଶିବିର କୁ ଡା କାଳୀପ୍ରସାଦ ଷଡ଼ଙ୍ଗୀ, କମଳାକାନ୍ତ ତ୍ରିପାଠୀ କଂ ସମେତ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ ।
Tags:
Local news