କୋଭାକ୍ସିନ୍ ଟିକାରେ ନବଜାତ ବାଛୁରୀର ସେରମକୁ ବ୍ୟବହାର : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ସ୍ପଷ୍ଟୀକରଣ !
16/06/2021(ବ୍ୟୁରୋ ): ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବାସ୍ତବ ତଥ୍ୟକୁ ବଦଳାଯାଇ ବିକୃତ ଭାବେ ଉପସ୍ଥାପନ କରାଯାଇଛି । ବାସ୍ତବତା ହେଲା, ନବଜାତ ବାଛୁରୀର ସେରମ ଉପଯୋଗ କେବଳ ଭେରେ ସେଲ୍ ପ୍ରସ୍ତୁତି ଓ ବିକାଶ ନିମନ୍ତେ ହିଁ ବ୍ୟବହାର କରାଯାଇଥାଏ । ବିଭିନ୍ନ ପ୍ରକାର ଗୋଜାତୀୟ ଏବଂ ଅନ୍ୟ ପ୍ରାଣୀ ସେରମକୁ ବିଶ୍ୱ ସ୍ତରରେ ଭେରୋ ସେଲ୍ ବିକାଶ ନିମନ୍ତେ ଉପଯୋଗ କରାଯାଉଥିବା ମାନକ ସଂବର୍ଦ୍ଧନ ଘଟକ ଭାବେ ଗ୍ରହଣୀୟ ହୋଇଆସୁଛି । ଭେରୋ କୋଷିକାଗୁଡ଼ିକର ଉପଯୋଗ କୋଷିକା ଜୀବନ ସ୍ଥାପନ କରିବା ନିମନ୍ତେ କରାଯାଇଥାଏ ଯାହା ଟିକା ଉତ୍ପାଦନରେ ସହାୟକ ହୋଇଥାଏ । ଏହି ପଦ୍ଧତି ପୋଲିଓ, ରାବିଜ୍ ଏବଂ ଇନଫ୍ଲୁଏଞ୍ଜା ଭଳି ମହାମାରୀର ପ୍ରତିଷେଧକ ଟିକା ପାଇଁ ଦଶନ୍ଧି ଦଶନ୍ଧି ଧରି ବ୍ୟବହାର କରାଯାଇ ଆସୁଛି ।
ଏହି ଭେରୋ ସେଲର ବିକାଶ ଘଟାଯିବା ପରେ, ତାକୁ ଜଳ ଓ ରାସାୟନିକ (ଯାହାବୈଷୟିକ ପରିଭାଷାରେ ବଫର ବୋଲି ସୁପରିଚିତ) ରେ ସଫା କରାଯାଇଥାଏ । ଏହାକୁ ନବଜାତ ବାଛୁରୀର ସେରମରୁ ମୁକ୍ତ କରିବା ନିମନ୍ତେ ଏପରି ପ୍ରକ୍ରିୟା ଅନେକ ଥର କରାଯାଇଥାଏ । ଏହା ପରେ, ସେହି ଭେରୋ ସେଲକୁ କରୋନା ଭୂତାଣୁ ସହିତ ସଂକ୍ରମିତ କରାଯାଇଥାଏ ଯଦ୍ୱାରା ସେଥିରୁ ଭାଇରାଲ ଗ୍ରୋଥ୍ ହୋଇପାରିବ ।
The final vaccine product of #COVAXIN does not contain newborn calf serum at all!
— PIB India (@PIB_India) June 16, 2021
Don’t fall prey to any kind of misinformation & refrain from forwarding the same.#IndiaFightsCorona #StaySafe
Read: https://t.co/YVl9lQIksq pic.twitter.com/1uE3Ke7DZq
ଭାଇରାଲ୍ ବିକାଶ ପ୍ରକ୍ରିୟାରେ ଭେରୋ ସେଲ୍ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥାଏ । ଏହା ପରେ ସେହି ବିକଶିତ ଭୂତାଣୁକୁ ମରାଯାଇ (ନିଷ୍କ୍ରିୟ କରାଯାଇ) ଶୁଦ୍ଧ କରାଯାଇଥାଏ । ଏହି ନିଷ୍କ୍ରିୟ ଭୂତାଣୁକୁ ହିଁ ଚୂଡ଼ାନ୍ତ ଟିକା ପ୍ରସ୍ତୁତି ନିମନ୍ତେ ଉପଯୋଗ କରାଯାଇଥାଏ । ତେଣୁ ଚୂଡ଼ାନ୍ତ ଟିକା ପ୍ରସ୍ତୁତିରେ କୌଣସି ନବଜାତ ବାଛୁରୀର ସେରମ୍ ବ୍ୟବହାର କରାଯାଇନଥାଏ ।
ଏଥିପାଇଁ ଚୂଡ଼ାନ୍ତ ଟିକା (କୋଭାକ୍ସିନ୍)ରେ କୌଣସି ନବଜାତ ବାଛୁରୀର ସେରମ୍ ଆଦୌ ନାହଁ କିମ୍ବା ଚୂଡ଼ାନ୍ତ ଟିକା ପ୍ରସ୍ତୁତିରେ ବାଛୁରୀର ସେରମକୁ ଏକ ଉପାଦାନ ଭାବେ ବ୍ୟବହାର କରାଯାଉନାହିଁ ।
Tags:
National news