ଚୋରି ହେଉଛି ପିଇବା ପାଣି.... !

 ଚୋରି ହେଉଛି ପିଇବା ପାଣି.... !

ଚୋରି ହେଉଛି ପିଇବା ପାଣି.... !

ଦଶପଲ୍ଲା :12/06/2021(ରିପୋର୍ଟ : ରତ୍ନାକର ହୋତା): ଚୋରି ହେଉଛି ପାଣି ! ହଁ ଦର୍ଶକ ବଂଧୁ , କାନକୁ ଅଜବ୍ ଲାଗୁଥିଲେ ବି କଥାଟା ସଂପୂର୍ଣ୍ଣ ସତ । ସହରରେ ପାଣି ଚୋରି କଥା ଆପଣ ଶୁଣିଥିବେ , କିନ୍ତୁ ଏପରି ଏକ ଘଟଣା ଘଟିଛି ଖୋଦ୍ ଗ୍ରାମାଞ୍ଚଳରେ । ଏପରି ଏକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମପଂଚାୟତ ଅନ୍ତର୍ଗତ ରଥିପୁର ଓ ଗୋପାଳପୁର ଗାଁ ରୁ ।
      ପ୍ରାପ୍ତ ସୂଚନା ଅନୁସାରେ , ଟାକରା ଗ୍ରାମପଂଚାୟତ ର ରଥିପୁର ଓ ଗୋପାଳପୁର ଗ୍ରାମ କୁ ବହୁବର୍ଷ ପୂର୍ବରୁ ପାନୀୟ ଜଳ ଯୋଗାଣ ହୋଇଥିଲେ ମଧ୍ୟ ଗ୍ରାମର କିଛି ଗ୍ରାମବାସୀ କଂ ଘର ନିକଟକୁ , କିଛିଦିନ ହେବ ପାନୀୟ ଜଳ ନ ଆସିବା ଯୋଗୁଁ ,ସେହିବ୍ଯକ୍ତି ମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଲେ ଯେ , କିଛିବ୍ୟକ୍ତି ବେଆଇନ୍ ଭାବରେ ନିଜ ଘରକୁ ମୋଟର ଲଗାଇ ପାଣି  ଚୋରି କରିବା , ସଂଗେ ସଂଗେ କିଛି ବ୍ୟକ୍ତି ନିଜ ବାଡ଼ି ବଗିଚା ରେ ପାନୀୟ ଜଳ କୁ ବ୍ୟବହାର କରି ବାଡ଼ି ବଗିଚା କରୁଛନ୍ତି । ତେଣୁ ଗ୍ରାମବାସୀମାନେ ପ୍ରତିକ୍ରୀୟାଶୀଳ ହୋଇଯାଇଥିଲେ । 

ତେବେ ଆସନ୍ତୁ ଶୁଣିବା, କଣ କହୁଛନ୍ତି ଗ୍ରାମବାସୀ...




ଏ ବିଷୟରେ ସରପଞ୍ଚ ସଂଯୁକ୍ତା ନାୟକଙ୍କୁ  ପଚାରିବାରୁ , ସେ କହିଥିଲେ ଖୁବ୍ ଶିଘ୍ର ଏହାର ସ୍ଥାୟୀ ସମାଧାନ କରାଯିବ ।


Post a Comment

Please Select Embedded Mode To Show The Comment System.*

Previous Post Next Post