ବାପା ମା ଛେଉଣ୍ଡ କଲା ମହାମରୀ କୋରନା !
ଭଦ୍ରକ,୦୮/୦୬/୨୦୨୧:(ରିପୋର୍ଟ : ମିହିର ମହାନ୍ତି ): କରୋନାର ପ୍ରଥମ ଲହରୀ ରେ ଚାଲିଗଲା ମାଆ । ଦ୍ୱିତୀୟ ଲହରୀ ରେ ଚାଲିଗଲା ବାପା। ତିନି ପିଲା ହେଲେ ବେସାହାରା ।କରୋନାରେ ଚାଲି ଗଲା ଅଟୋ ଚାଳକଙ୍କ ଜୀବନ। ବର୍ଷକ ପୂର୍ବରୁ ମାଆକୁ ହରାଇଥିବା ତିନି ସନ୍ତାନ ଏବେ ପୁଣି ହରାଇଲେ ବାପାଙ୍କୁ।
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ନନ୍ଦପୁର ଗ୍ରମର ୧୦ ନଂ ୱାର୍ଡର ଅଟୋବାଲା ଭାବେ ପରିଚିତ ଥିବା ସୁକଦେବ ନାଥଙ୍କ ପୁଅ ମନୋଜ କୁମାର ନାଥ (୪୦ ବର୍ଷ) କରୋନାରେ ମୃତ୍ୟୁ ବରଣ କରିଛନ୍ତି | ଏହି ଖବରକୁ ଅଞ୍ଚଳ ବାସି ବିଶ୍ଵାସ କରିପାରୁ ନାହାନ୍ତି। ଗତ ସପ୍ତାହରେ ଥଣ୍ଡା ଜ୍ବର ହେବାରୁ ସେ ଡାକ୍ତରୀ ଚିକିତ୍ସା କରାଇଥିଲେ। ପରେ କୋଭିଡ ପରୀକ୍ଷା କରାଯିବାରୁ ଆକ୍ରାନ୍ତ ହୋଇଥିବା
ଜଣାଯାଇଥିଲା | ତାଙ୍କୁ ଭଦ୍ରକ କଲେଜ କୋଭିଡ କେୟାରରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧିନ ଅବସ୍ଥାରେ ଗତ ତିନି ତାରିଖ ଅପରାହ୍ନ ରେ ତାଙ୍କ ଦେହାନ୍ତ ଘଟିଛି | ଏପରିକି ତାଙ୍କର ମରଶରୀର ନିଜ ଭିଟାମାଟି ଆସିପାରିନଥିଲା | ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହି ଖବର ଜାଣିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କରୋନାର ପ୍ରଥମ ଲହରରେ ମାଆ ଚାଲିଗଲେ ପୁଣି ଦ୍ବିତୀୟ ଲହରରେ ବାପା ଚାଲିଗଲେ | ତାଙ୍କ ପରିବାରରେ ମନୋଜଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ଏବେ ବାପା ମାଆ ଙ୍କୁ ହରାଇ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛନ୍ତି |
ଏହି ତିନି ବେସାହାରା ସନ୍ତାନକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ସହ ପିଏମ କେୟାର ଯୋଜନାରେ ସାମିଲ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତିନି ପିଲା ଏବେ ମା ଓ ବାପା ଙ୍କୁ ହରାଇ ଦୁଃଖରେ ଭଙ୍ଗିଯାଇଛନ୍ତି।
Tags:
Local news