ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ଦ୍ଵାରା ରକ୍ତଦାନ ଶିବିର ଅନୁଷ୍ଠିତ ।
ନୟାଗଡ଼,08/06- (ରିପୋର୍ଟ : ନିରଞ୍ଜନ ସାହୁ ): କରୋନା ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ନୟାଗଡ଼ ରକ୍ତଭଣ୍ଡାରରେ ଏବେ ରକ୍ତସଙ୍କଟ ଦେଖାଦେଇଛି l ଏଣୁ, ଏହି ସମୟରେ ରକ୍ତଭଣ୍ଡାରରେ ରକ୍ତଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ଏକ ମାରାଥନ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି l
ଏହି ଅବସରରେ ମଙ୍ଗଳବାର ମହୀତମା ପ୍ରାଥମିକ ବିଦ୍ୟାଳୟ ପରିସରରେ ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ସମସ୍ଥ ରକ୍ତଦାତାଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବା ସହ ସମସ୍ଥ କୋଭିଡ କଟକଣା ମଧ୍ୟରେ ରକ୍ତ ସଂଗ୍ରହ କରାଯାଇଥିଲା l
ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ 21ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l
ଆଜିର ଏହି ଶିବିରକୁ ବିଶିଷ୍ଠସମାଜସେବୀ ଦମୋଦର ସାହୁ, କୋରଡ଼ାର ପୂର୍ବତନ ସମିତିସଭ୍ୟ ସୁବ୍ରତ ମିଶ୍ର, ସମାଜସେବୀ ଚିତ୍ତରଂଜନ ପାତ୍ର, , ରଂଜନ କୁମାର ପରିଡ଼ା,ଜିତେନ୍ଦ୍ର ସାହୁ,ପ୍ରଭାକର ସାହୁ,ଅଭିଷେକ ଷଡ଼ଙ୍ଗୀ,ଅନ୍ତର୍ଯ୍ୟାମୀ ସୁବୁଦ୍ଧି , ସମୀର ମହାପାତ୍ର, ପ୍ରଦୀପ କୁମାର ସାହୁ, ଶଙ୍କର ଦୟାଲ ପାତ୍ର,ସନିଦେଓଲ ସାହୁ, ଅଂଶୁମାନ ମିଶ୍ର, ଆଶୁତୋଷ ମିଶ୍ର, ଲିଙ୍ଗରାଜ ସାହୁ, ପ୍ରଭାକର ସାହୁ ପ୍ରମୁଖ ପରିଚାଳନା କରିବା ସହ ରକ୍ତଦାତା -ଜୀବନ ଦାତାଙ୍କୁ ଉତ୍ସାହିତ କରିଥିଲେ l