ଦଶପଲ୍ଲା ଟିକା କରଣ କେନ୍ଦ୍ର ସୃଷ୍ଟିହେଲା ଅପ୍ରୀତିକର ପରିସ୍ଥିତି
ଦଶପଲ୍ଲ :25/06/2021(ରିପୋର୍ଟ :ରତ୍ନାକର ହୋତା ): କରୋନା ମହାମାରୀ ସାରା ବିଶ୍ୱ କୁ ଆତଙ୍କିତ କରି ରଖି ଥିବା ବେଳେ ଲୋକେ ଜୀବନ ସହିତ ସଂଗ୍ରାମ କରି ଜିବିକା କୁ ହରେଇ ବାକୁ ବସିଲେଣି l କିଛି ଜିଲ୍ଲା ରେ ସରକାର ଲକ୍ ଡାଉନ୍ କୁ କୋହଳ କରି ଥିବା ବେଳେ ଆଉ କିଛି ଜିଲ୍ଲା କୁ କଟକଣା ମଧ୍ୟରେ ରଖା ଯାଇଛି l ସରକାର ଗୋଟେ ପଟେ ସମସ୍ତ ଜନ ସାଧାରଣ ଙ୍କୁ କିଭଳି ଭବରେ ଟୀକା ନେଇ ପାରିବେ ଡିଣ୍ଡିମ ପିଟୁଥିବା ବେଳେ ଏହାର୍ ବ୍ୟତିକ୍ରମ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ରେ ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ଆଜି ବୁଧବାର ତା (୨୩.୦୬.୨୦୨୧) ଦିନ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୪୫ ରୁ ୬୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ଙ୍କୁ ଦ୍ଵିତୀୟ ଡୋଜ୍ ଟୀକା କେବଳ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟ ଙ୍କୁ ଟୀକା ପ୍ରଦାନ କରାଯାଇଥିଲା l
ସେହିପରି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବ୍ଲକ, ଥାନା, ତହସିଲ୍ ତଥା ଏନ୍ ଏ ସି କର୍ମଚାରୀ ଓ ପରିବାର ବର୍ଗଙ୍କୁ ଟୀକା କରଣ ପ୍ରଦାନ କରାଯାଇ ଥିଲା l ହେଲେ ସାଧାରଣ ଲୋକ ମାନେ ଖବର ପାଇ ଟୀକା କରଣ କେନ୍ଦ୍ର ରେ ପହଞ୍ଚି ଥିଲେ ମଧ୍ୟ ସେମାନ ଙ୍କୁ ବାରଣ କରାଯାଇ ଥିଲା l ମାତ୍ର ବଡ଼ କଥା ହେଉଛି ଟୀକା କରଣ ର ପ୍ରଚାର ପ୍ରସାର ସଠିକ୍ ଭାବରେ ହେଉ ନ ଥିବାରୁ ସାଧାରଣ ଜନତା ଟିଏ ସଚେତନ ହେଇ ପାରୁ ନାହିଁ l ଗୋଟେ ପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଚାର ପ୍ରସାର କରୁଥିବା ବେଳେ ଦଶପଲ୍ଲା ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଏପରିକି ଆଜିର ଦିନ ରେ ସାଧାରଣ ଜନତା ଓ ସରକାରୀ କର୍ମଚାରୀ ଙ୍କ ମଧ୍ଯ ରେ ଯୁକ୍ତିତର୍କ ଦେଖି ବିଡିଓ ବିଶ୍ଵ ରଞ୍ଜନ ବିଶ୍ବାସ ଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ି ଥିଲା l ପରେ ଲୋକ ମାନଙ୍କୁ ବୁଝା ଶୁଝା କରିବା ପରେ ହୋହାହ୍ଲା କମି ଥିଲା l ଏଠି ବଡ଼ କଥା ହେଉଛି ଜନ ସାଧାରଣ ଙ୍କ ପାଖରେ ସଠିକ ସୂଚନା ପହଞ୍ଚି ପାରୁ ନ ଥିବାରୁ ବ୍ୟକ୍ତି ଟି ଭ୍ରମ ରେ ପଡୁଚି l ତେବେ କରୋନା ମହାମାରୀ ସମୟରେ ଟୀକା କରଣ ର ଗୁରୁତ୍ୱ ବଢି ଯାଇଥିବା ବେଳେ ଆଗକୁ ପ୍ରଶାସନ କିଭଳି ଭାବରେ ଏଥି ପ୍ରତି ଗୁରୁତ୍ବ ଦେଉଛି ଦେଖି ବାକୁ ବାକି ରହିଲା l
Tags:
Local news