ଲକଡାଉନରେ ବିଦ୍ୟାଳୟ ବନ୍ଦ, ରାସ୍ତା କଡରେ ସ୍କୁଲ ୟୁନିଫର୍ମରେ କୋଳି ବିକିବା ନଜରରେ ଆସିଲେ ଶିଶୁ !
ଦଶପଲ୍ଲା :09/06/2021(ରିପୋର୍ଟ : ରତ୍ନାକର ହୋତା): କରୋନା ମହାମାରୀରେ ଜୀବିକା ହରାଇଛନ୍ତି ଅନେକ ପରିବାର। ଏହି ମହାମାରୀକୁ ମୁକାବିଲା କରିବାପାଇଁ ଏକ ଅସ୍ତ୍ର ହେଉଛି ଲକ୍ ଡାଉନ୍ ଓ ସଟ୍ ଡାଉନ୍ | ଏସମୟରେ ବିଦ୍ୟାଳୟ ପାଠ ପଢାରେ ଅନେକ ବାଧା ହେଉଛି | ସେହି କାରଣରୁ ଓଡ଼ିଶାର ସମସ୍ତ ବିଦ୍ୟାଳୟରେ ପାଠ ପଢା ବନ୍ଦ ଅଛି |
ଏହିସମୟରେ ଦେଖିବାକୁ ମିଳିଛି କେତେକ ଛୋଟ ପିଲା ରାସ୍ତାକଡ଼ରେ ଖଜୁରୀ କୋଳି ବିକୁଥିବାର ଦୃଶ୍ୟ | ସୂଚନା ଅନୁସାରେ ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ଜାତୀୟ ରାଜପଥ ରେ ଏହି ଶିଶୁମାନେ ହାତରେ କୋଳି ଧରି ଠିଆ ହୋଇଥିବାର ଦୃଶ୍ୟ | ଏମାନେ ନିକଟସ୍ଥ କୁଲୁରୁକୁମ୍ପା ଗ୍ରାମରେ ବସବାସ କରୁଥିବା "କୋଲ୍ହ" ଜନଜାତିର ଶିଶୁ ।
ସରକାରଙ୍କ ଦ୍ୱାରା ଦଶପଲ୍ଲା ବ୍ଲକର କୁଲୁରୁକୁମ୍ପା ଗ୍ରାମରେ ବସବାସ କରୁଥିବା କୋଲ୍ହ ଜନଜାତିକୁ ସମାଜର ମୂଖ୍ୟ ଶ୍ରୋତରେ ସାମିଲ କରିବାପାଇଁ ଏହି ଜନଜାତିର ଶିଶୁ ମାନଙ୍କୁ ବିଦ୍ୟାଳୟ ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥିଲା | ହେଲେ କରୋନା ମହାମାରୀ ସମୟରେ ବିଦ୍ୟାଳୟ ପାଠ ପଢା ବନ୍ଦ ଥିବାରୁ ଏମାନଙ୍କ ବିଦ୍ୟାଳୟ ଯିବା ବନ୍ଦ କରିଦେଇଛି |ଏମିତିକି ଯେଉଁ ସ୍କୁଲ୍ କୁ ପିଲାମାନେ ପାଠ ପଢିବାକୁ ଆସୁଥିଲେ , ସେହି ସ୍କୁଲ୍ ଆଗରେ ଠିଆହୋଇ ଆଜି ବିକୁଛନ୍ତି ଜାମୁକୋଳି ଓ ଖଜୁରୀ କୋଳି । ଅନେକ ବ୍ୟକ୍ତି ତାଙ୍କ ଠାରୁ କୋଳି ବି କିଣୁଛନ୍ତି । ହେଲେ କେହି କେବେ ବି ଚିନ୍ତା କରିନାହାନ୍ତି ସ୍କୁଲ ୟୁନିଫର୍ମ ରେ କୋଳି ବିକୁଥିବା ଏହି ଶିଶୁଟିର ଦୁଃଖ ଓ ଦାରିଦ୍ର୍ୟତାକୁ । ଏହି ଘଟଣା କଣ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ଆଇନ୍ ର ଉଲଂଘନ କରୁନାହିଁ କି ? ତେବେ ଦେଖିବାକୁ ବାକି ରହିଲା , କେବେ ଏ ଘଟଣାପ୍ରତି ପ୍ରଶାସନ ର ଦୃଷ୍ଟି ପଡୁଛି ।
Tags:
Local news