ଆଦିବାସୀ ବହୁଳ କପ୍ତାପଲ୍ଲି ପଞ୍ଚାୟତର ବିଭିନ୍ନ ଗ୍ରାମରେ ହିତାଧିକାରୀ ଙ୍କୁ ନୂତନ ଭତ୍ତା ବଣ୍ଟନ।
ନୂଆଗାଁ : 04/06/2021(ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ): ନୟାଗଡ଼ ଜିଲ୍ଲା,ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ କପ୍ତାପଲ୍ଲି ପଞ୍ଚାୟତରେ ନୂତନ ହିତାଧିକାରୀ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି ।ରାଜ୍ୟରେ ମହାମାରୀ କରୋନା ର ଦ୍ଵିତୀୟ ଲହର ଚାଲିଥିବାରୁ,ଏହାକୁ ଦୃଷ୍ଟିରେ ରଖି ପଞ୍ଚାୟତର ନୂତନ ଭତ୍ତା ହିତାଧିକାରୀଙ୍କୁ,ଗାଁ କୁ ଗାଁ ଯାଇ ଭତ୍ତା ପ୍ରଦାନ କରାଯାଇଛି। ads
ବ୍ଳକ ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ସରପଞ୍ଚ ସୁଶ୍ରୀ ସାମନ୍ତରାୟ,ସମିତିସଭ୍ୟ ବିଭୂତିଭୂଷଣ ବେହେରା,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଓ ଜି. ଆର୍. ଏସ ଅଶୋକ କୁମାର ପ୍ରଧାନ ପ୍ରମୁଖଙ୍କ ସମେତ ଅନ୍ୟ ପଞ୍ଚାୟତ ସଭ୍ୟ ମାନେ ଗାଆଁ କୁ ଗାଆଁ ଯାଇ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିବା ସହିତ ମହାମାରୀ କରୋନା ରୁ କିପରି ସୁରକ୍ଷିତ ରହିବା ସେଥିନେଇ ସଚେତନ କରାଇଥିଲେ।