ଦଶପଲ୍ଲା ଏନଏସିରେ ସ୍ୱାୟତ୍ତଶାସନ ଦିବସ ପାଳିତ

ଦଶପଲ୍ଲା ଏନଏସିରେ ସ୍ୱାୟତ୍ତଶାସନ ଦିବସ ପାଳିତ




ଦଶପଲ୍ଲା :31/08/2022: ଦଶପଲ୍ଲା ଏନଏସିରେ ବୁଧବାର ଦିନ ନିଖିଳ ଭାରତ ସ୍ୱାୟତ୍ତଶାସନ ଦିବସ-୨୦୨୨ ମହାସମାରୋହରେ ପାଳିତ ହୋଇ ଯାଇଛି। ଇତ୍ୟବସରରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ବ୍ରୁଦ୍ଧାଶ୍ରମ ଓ ଡାକ୍ତରଖାନାରେ  ଫଳ ବଣ୍ଟନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏନଏସିର  ନବନିର୍ମିତ କାର୍ଯାଳୟରେ ଗ୍ରୁହପ୍ରବେଶ ଉତ୍ସବ ମଧ୍ଯ ଅନୁଷ୍ଠିତ ହୋଇଛି।ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ରମେଶଚନ୍ଦ୍ର ବେହେରା ମୁଖ୍ଯ ଅତିଥି ରୂପେ ଯୋଗଦେଇଥିଲେ। ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ କର,ପୂର୍ବତନ ଏନଏସି ଅଧ୍ୟକ୍ଷା ବବିତା ସାହୁ, ପୁର୍ବତନ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁଂକ ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉତ୍ସବରେ ଉପସ୍ଥିତ ଥିଲେ। ପରିଶେଷରେ ପୁରସ୍କାର ବିତରଣ କରାଯାଇଥିଲା |



Post a Comment

Please Select Embedded Mode To Show The Comment System.*

Previous Post Next Post