ଏମିତିକା ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ (ଶହେଟଙ୍କାରେ ଜୀବନ ।)
ନୂଆଗାଁ : ନ. ଖ 25/02/2021(ରିପୋର୍ଟ : ନିରଞ୍ଜନ ସାହୁ) : ଦିନ ଥିଲା ମୁଲପାତୀ କରି ବେଶ ହସଖୁସିରେ ଚଳୁଥିଲେ ପାଞ୍ଚପ୍ରାଣି କୁଟୁମ୍ବ | ପାଞ୍ଚବର୍ଷ ତଳେ କାମ କରିବା ସମୟରେ ପଥର ଟେକୁଥିବା ବେଳେ ହଠାତ୍ କଣ ହୋଇଗଲା ଦେହ ଅଧା ମୋଡିହୋଇ ରହିଗଲା|
ସେହି ଦିନଠାରୁ ଆସିଗଲା ପରିବାର ଉପେରେ ଦୁଃଖର କଳାବାଦଲ |ଚିକିତ୍ସା ପାଇଁ ବିଭିନ୍ନ ମେଡ଼ିକାଲ୍ ଦୌଡି ଦୌଡ଼ି ହାତରେ ଥିବା ଧନ ସବୁ ସରିଗଲା | ଧାର କରଜରେ ବୁଡ଼ିଗଲା ପରିବାର | ଏବେ ସୁଦ୍ଧା ସାଇ ଶୋଇପାରୁନାହିଁ କି ବସିପାରୁନାହାନ୍ତି | ସରକାରଙ୍କ ଦ୍ଵାରା
ଭତ୍ତା ଓ ଚାଉଳରେ ସିମିତ ସରକାରୀ ସହାୟତା।
ଏମିତିକା ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ (ଶହେଟଙ୍କାରେ ଜୀବନ
ଭଙ୍ଗା ଘର ମେଢା ବାଡ଼ରେ ବିତୁଛି ଅସହାୟ ଗରିବ ପରିବାରର ଜୀବନ। ଏମିତିକା ଦେଖିବାକୁ ମିଳୁଛି
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ନୂଆପଲ୍ଲୀ ଗ୍ରାମରେ | ଗାଁ' ମୁଣ୍ଡରେ ଥିବା ଅସହାୟ ପରିବାର |
ଏମିତିକା ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ (ଶହେଟଙ୍କାରେ ଜୀବନ
ଗଙ୍ଗାଧର ମାହାନ୍ତି (୪୨) ସ୍ତ୍ରୀ ସପନା ମାହାନ୍ତି ଓ ଦୁଇ ପୁଅ ଏକ ଝିଅ କୁ ନେଇ ତାଙ୍କର ଛୋଟ ସଂସାର | ବଡ଼ ପୁଅ ଗୁଲୁବାସ ମାହାନ୍ତି ପାଠ ପଢ଼ା ଛାଡି ଘର ଚଳେଇବା ସହ ବାପାର ଓ୍ୟଷଧ ଖର୍ଚ୍ଚ ଭାଇ ଭଉଣୀ ଙ୍କ ପାଠପଢା ପାଇଁ ରୋଜଗାର କରିବା ପାଇଁ ବାହାରି ଥିଲେ | କିନ୍ତୁ ବୟସ କମ୍ ହେତୁ କାମ ମିଳିନଥିଲା |
ଏମିତିକା ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ (ଶହେଟଙ୍କାରେ ଜୀବନ
କିନ୍ତୁ ଗ୍ରାମର କିଛି ଲୋକ ଗଙ୍ଗାଧର ମାହାନ୍ତି ଙ୍କ ଦୁଃଖ କହିବାପରେ ଏକ ଦୋକାନରେ ତାକୁ କାମ ମିଳିଲା | ଦିନକୁ ଶହେଟଙ୍କା ମଜୁରୀ |ଏହିମଜୁରି ଟଙ୍କାରେ ଘର ଖର୍ଚ୍ଚ ବାପାଙ୍କ ମେଡିସିନ ଖର୍ଚ୍ଚ ଭାଇ ଭଉଣୀ ଙ୍କ ପଢ଼ା ଖର୍ଚ୍ଚ ତୁଲାଉଛନ୍ତି ।
ଏମିତିକା ଦୁଃଖ ଭଗବାନ କାହାକୁ ନ ଦିଅନ୍ତୁ (ଶହେଟଙ୍କାରେ ଜୀବନ
ଏହି ଭଳି ଦୁଃଖି ପରିବାର ପାଇଁ ସରକାରଙ୍କ ପକ୍ଷରୁ ପକ୍କା ଘର ଟିଏ ମଧ୍ୟ ମିଳିପାରି ନାହିଁ | ସରକାର ଙ୍କ ତରଫ ରୁ କିଛି ସହାୟତା କିମ୍ବା କୌଣସି ବ୍ୟଦାନ ବ୍ୟକ୍ତି କିଛି ସହାୟତା କଲେ ଏହି ଅସହାୟ ପରିବାର ମହରଗ ଦୁନିଆରେ ବଞ୍ଚିଯାଆନ୍ତେ ।