ବାହାଡ଼ାଝୋଲା ସରକାରୀ ବାପୁଜୀ ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ରାଜ୍ୟ ସରକାର ଙ୍କ ସ୍ପେଶିଆଲ ରିଲିଫ କମିଶନର" ଧୀରେନ୍ଦ୍ର କୁମାର ସାହୁ"

ବାହାଡାଝୋଲା : ନ. ଖ : 22/03/2921(ରିପୋର୍ଟ : ପ୍ରଦୀପ୍ତ କୁମାର ସାହୁ)  : ଓଡ଼ିଶା ସରକାରଙ୍କ ସ୍ପେସିଆଲ୍ ରିଲିଫ୍ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଥିବା " ଧୀରେନ୍ଦ୍ର କୁମାର ସାହୁ  ନିଜର ଜନ୍ମସ୍ଥାନ  ନୟାଗଡ଼ ଜିଲ୍ଲା, ନୂଆଗାଁ ବ୍ଳକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ବହାଡାଝୋଲା ।ଯାହାର ଗ୍ରାମୀଣ ପରିବେଶରେ

ହସି,ଖେଳି ବଡହେବା  ସହିତ ଯେଉଁ ବିଦ୍ୟାଳୟରୁ  ପ୍ରାଥମିକ ଶିକ୍ଷା ଲାଭକରି ଆଜି ଓଡିଶା ସରକାରଙ୍କ ଉଚ୍ଚପ୍ରଶାସନିକ ପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି ସେହି "ସରକାରୀ ବାପୁଜୀ ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ  ର ସର୍ବାଙ୍ଗୀନ ବିକାଶ ପାଇଁ  ପୋଷ୍ୟ ବିଦ୍ୟାଳୟ ଭାବେ  ଗ୍ରହଣ କରିଛନ୍ତି। 

     ଏଥି ନେଇ ବିଦ୍ୟାଳୟ ପରିସରରେ (ତା ୨୧/୩/୨୦୨୧ ରବିବାର ଦିନ) ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ଓଡ଼ିଶା  ସରକାରଙ୍କ ସ୍ପେଶିଆଲ୍ ରିଲିଫ୍ କମିଶନର ଧୀରେନ୍ଦ୍ର କୁମାର ସାହୁ ମୁଖ୍ୟ ଅଟିଥି  ଭାବେ ଯୋଗଦେଇ ଥିଲେ।

 ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ତଥା ଅବସରପ୍ରାପ୍ତ ଶିକ୍ଷକ ଉଦ୍ୟନାଥ ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷକ  "ଭୋବନି ବେହେରା", "ତ୍ରିନାଥ ପଣ୍ଡା ,   ପ୍ରସନ୍ନ କୁମାର ପଣ୍ଡା ( ବି.ଇ.ଓ, ନୂଆଗାଁ ବ୍ଳକ), ସି. ଆର.ସି  ବିନାୟକ ପଣ୍ଡା, ଓ ସୁରେଶ  ଚନ୍ଦ୍ର ପ୍ରଧାନ ଯୋଗଦେଇଥଲେ।ଏହି କାର୍ଯ୍ୟକ୍ରମ ରେ  ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ  ସଭ୍ୟ ସଭ୍ୟା ଓ ଅଞ୍ଚଳର ଶିକ୍ଷ୍ୟା ପ୍ରେମୀ,ବୁଦ୍ଧିଜୀବୀ  ଓ  ମନ୍ୟ ଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ଶ୍ରୀ ସାହୁ ପିଲାଦିନର ସ୍ମୃତି କୁ ମାନେ ପକାଇବା ସହିତ ଯାହାଙ୍କ ବେତ ମାଡ଼ ଖାଇ ଆଜି ଏହି ଜାଗାରେ ପହଞ୍ଚିବାରେ ସକ୍ଷମ ହୋଇପାରିଛନ୍ତି  ସେମାନଙ୍କୁ ଅତିନିକଟରେ ପାଇ ବହୁତ ଖୁସି ଅନୁଭବ କରୁଥିବା କଥା ପ୍ରକାଶ କରିଥିଲେ। ଗାଁ ର ପୁଅ ନିଜ ଗାଁ ବିଦ୍ୟାଳୟ ର ବିକାଶ ପାଇଁ ଦାୟିତ୍ବ ନେଇଥିବାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା ବେଳେ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

Post a Comment

Please Select Embedded Mode To Show The Comment System.*

Previous Post Next Post