ମାଇକ୍ରୋ ଫାଇନାନ୍ସ କମ୍ପାନୀ ତରଫରୁ କୋଭିଡ୍ ଟୀକାକରଣ!

ମାଇକ୍ରୋ ଫାଇନାନ୍ସ କମ୍ପାନୀ ତରଫରୁ କୋଭିଡ୍ ଟୀକାକରଣ!

ମାଇକ୍ରୋ ଫାଇନାନ୍ସ କମ୍ପାନୀ ତରଫରୁ କୋଭିଡ୍ ଟୀକାକରଣ!


ଦଶପଲ୍ଲା : 28/04/2021(ରିପୋର୍ଟ -ରତ୍ନାକର ହୋତା):   ଦଶପଲ୍ଲା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଦଶପଲ୍ଲାର ଅଗ୍ରଣୀ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଆଶିର୍ବାଦ ମଇକ୍ରୋ ଫାଇନାନ୍ସ କମ୍ପାନୀ ଓ ସ୍ବାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ କୋଭିଡ ଟୀକା କରଣ କରାଯାଇଥିଲା । ଏଥିରେ ମଧ୍ୟଖଣ୍ଡ ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ରଶ୍ମିରଞ୍ଜନ ଭଦ୍ରା ଙ୍କ ନେତୃତ୍ବ ରେ ଆଶିର୍ବାଦ ମଇକ୍ରୋ ଫାଇନାନ୍ସ କମ୍ପାନୀ ତରଫରୁ ଲୋକମାନଙ୍କୁ ସାନିଟାଇଜର, ମାସ୍କ ଓ ଥଣ୍ଡା ପାଇୟ ଜଳ ବ୍ୟବସ୍ଥା କରାଯାଇଥିଲା। ମହାମାରୀ କୋରନାର ଦ୍ୱିତୀୟ ଲହର୍ ଯେପରି ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି ,ଏଥିରୁ ରକ୍ଷା ପାଇବା ପାଇଁ ହେଲେ ନିଜକୁ ନିଜେ ସଚେତନ ରହି ଅନ୍ୟକୁ ସଚେତନ କରିବାକୁ ପଡିବ ବୋଲି ମଧ୍ୟଖଣ୍ଡ ଗୋଷ୍ଠିସ୍ବାସ୍ଥ୍ୟ  ଅଧିକ୍ଷକ  ରଶ୍ମିରଞ୍ଜନ ଭଦ୍ରା କହିଥିଲେ । ସାମାଜିକ ଦୂରତା,  ବାରମ୍ବାର ସାବୁନ ରେ ହାତକୁ ଧୋଇବା ,ମାସ୍କ ବ୍ୟବହାର କରିବା ,ଅତି ଆବଶ୍ୟକ କାମ ନ ଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ,ଦଶପଲ୍ଲା ବିଏମ ବିଭୁତି ଭୂଷଣ ସ୍ୱାଇଁ କହିଥିଲେ ।ଏଥିରେ ଏରିଆ ମ୍ୟାନେଜର ହେମନ୍ତ କୁମାର ପରିଡା,ଦଶପଲ୍ଲା ବିଏମ ବିଭୁତି ଭୂଷଣ ସ୍ୱାଇଁ, ନୟାଗଡ଼ ବିଏମ, ରାଜକିଶୋର ବରାଡ଼, ଦଶପଲ୍ଲା ବ୍ରାଞ୍ଚ ଏଫଡିଓ  ଅଞ୍ଜନ କୁମାର ରାଉତ ,ହେମନ୍ତ କୁମାର ପ୍ରଧାନ ,ନବୀନ ବଡ଼ଟାୟା ଉପସ୍ଥିତ ରହିଥିଲେ।

Post a Comment

Please Select Embedded Mode To Show The Comment System.*

Previous Post Next Post