ବିଷୁବ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ !
ଓଡଗାଁ : 14/04/2021(ରିପୋର୍ଟ - ସନାତନ ମହାକୁଡ଼ ) : ଓଡ଼ଗାଁ ବୈଦେହୀଶ ପାଠାଗାର ଠାରେ ବିଷୁବ ମିଳନ,ସାରସ୍ୱତ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଅଧ୍ୟକ୍ଷ ରାଜକିଶୋର ସାହୁ ମୁଖ୍ୟ ଅତିଥି,ଡ଼ଃ ଅଧିବାସ ପଣ୍ଡା ମୁଖ୍ୟ ବକ୍ତା, ଅଧ୍ୟାପକ ରଜନୀକାନ୍ତ ଦାଶ,ଅବସର ପ୍ରାପ୍ତ ଶିକ୍ଷକ ନିରଞ୍ଜନ ସାହୁ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସାଂସ୍କୃତିକ ପ୍ରତିଷ୍ଠାନର ସମ୍ପାଦକ ଶରତ ଚନ୍ଦ୍ର ଷଡଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ସଭିଏଁ ଓଡ଼ିଆ ନବବର୍ଷ କୁ ସ୍ୱାଗତ ଜଣେଇଥିଲେ।କୋଭିଡ ନିୟମ ଅନୁପାଳନ ପୂର୍ବକ ଉପସ୍ଥିତ କବି କବୟିତ୍ରୀ ମାନେ ଏ ଅବସରରେ ନିଜସ୍ଵ କବିତା ପାଠ କରିଥିଲେ। କବି ଓ ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ କବିତା ଗୁଡ଼ିକ ସଂଯୋଜନା କରିଥିଲେ। କବି ଓ ଶିକ୍ଷକ ରଞ୍ଜନ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପ୍ରଫୁଲ୍ଲ କୁମାର ଡାକୁଆ ପରିଚାଳନା କରିଥିଲେ। ଅନୁଷ୍ଠାନ ତରଫରୁ ସମସ୍ତ କବି କବୟିତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସମସ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା।
Tags:
Local news