ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ 146 ଜଣଙ୍କୁ ଦିଆଗଲା କୋଭିଡ ଟୀକା !
ଗଣିଆ : 18/05/2021(ରିପୋର୍ଟ : ମାନସ ରଞ୍ଜନ ଦାଶ): ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪୬ଜଣଙ୍କୁ କୋଭିଡ ଟିକାକରଣ କରାଯାଇଛି । ୪୫ବର୍ଷରୁ ଉର୍ଦ୍ଧ୍ବ ୧୧୭ଜଣଙ୍କୁ ପ୍ରଥମ ଟିକାକରଣ କରାଯାଇଥିବା ବେଳେ ୨୮ଜଣ ଆଗ ଧାଡିର କର୍ମୀଙ୍କ ସମେତ ଜଣେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । ସେହିପରି ଆଜି ୧୧ଜଣ ନୂତନ କରୋନା ପଜେଟିଭ ଚିହ୍ନଟ ପରେ ବ୍ଲକରେ ସଂକ୍ରମିତଙ୍କ ସଂଖ୍ଯା ୧୩୬ରେ ପହଞ୍ଚିଥିବା ଗଣିଆ ମେଡିକାଲ ଅଫିସର ଡାକ୍ତର ମଧୁସୂଦନ ଦାସଙ୍କ ଠାରୁ ସୂଚନା ମିଳିଛି ।
ଏବେ ସାରା ଦେଶ କରୋନାଏହାମାରୀରେ କବଳିତ | ଏହି ଯୁଦ୍ଧରେ ଟୀକାକରଣ ସହିତ ମାସ୍କ ପରିଧାନ, ସାମାଜିକ ଦୂରତା ଓ ସାନିଟାଇଜେସନ ହେଉଛି ଅମୋଘ ଅସ୍ତ୍ର | ସମସ୍ତ ଟୀକାକରଣର ଉପକାରିତା ଜାଣିବା ପରେ, କେନ୍ଦ୍ରରେ ଟିକା ଉପଲବ୍ଧତା ଉପରେ ଆଧାର କରି ଲୋକମାନଙ୍କୁ ଟୀକାକରଣ କରାଯାଉଛି | ଏବଂ ସମସ୍ତ ଟିକା ଅନୁମୋଦନ ସହିତ ସୁରକ୍ଷା ମାନଦଣ୍ଡ ପୂରଣ କରେ ଏବଂ କରୋନା ଜୀବାଣୁ ସଂକ୍ରମଣକୁ ରୋକିବାରେ ପ୍ରଭାବଶାଳୀ | ତେଣୁ, ଲୋକଙ୍କୁ ଯେତେ ଅଧିକ ଟିକା ଦିଆଯାଏ କରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ସେତିକି ଦୂରୀଭୂତ ହୋଇପାରିବ |