କରୋନାର ବିପଦ ସମୟରେ ଜଙ୍ଗଲୀ ପରିବାରଙ୍କୁ ସହାୟତା କଲା " ଅନନ୍ୟା ଫାଉଣ୍ଡେସନ " !

କରୋନାର ବିପଦ ସମୟରେ ଜଙ୍ଗଲୀ ପରିବାରଙ୍କୁ ସହାୟତା କଲା " ଅନନ୍ୟା ଫାଉଣ୍ଡେସନ " !

କରୋନାର ବିପଦ ସମୟରେ ଜଙ୍ଗଲୀ ପରିବାରଙ୍କୁ ସହାୟତା କଲା " ଅନନ୍ୟା ଫାଉଣ୍ଡେସନ " !


ନୟାଗଡ : 12/05/2021( ନ. ଖ. ବ୍ୟୁରୋ): ସାରାଦେଶରେ କରୋନାର ଦ୍ଵିତୀୟ ତରଙ୍ଗ ପ୍ରବାହିତ ହେଉଛି | ମୁକାବିଲା କରିବାପାଇଁ ସରକାର ସାରା ରାଜ୍ୟରେ  ତାଲାବନ୍ଦ କରିଛନ୍ତି | ଜନସାଧାରଣଙ୍କ ଜୀବନ ଓ ଜୀବିକା ଏବେ ଅସହାୟ ହୋଇପଡିଛି | ଜଙ୍ଗଲ ଭିତରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ଏହି ସମୟରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହାକୁ ହୃଦୟଙ୍ଗମ କରିଛି ନୟାଗଡ଼ ଜିଲ୍ଲାର ସ୍ବେଛାସେବୀ ଅନୁଷ୍ଠାନ "  ଅନନ୍ୟା ଫାଉଣ୍ଡେସନ୍ " | 

   ଆଜି ନୟାଗଡ଼ ଜିଲ୍ଲାର ଶଙ୍ଖେଇ ଗ୍ରାମର ଜଙ୍ଗଲ ଭିତରେ ରହୁଥିବା କିଛି ପରିବାର ପାଖରେ ପହଂଚି ଥିଲା। ସେଠି ରହୁଥିବା ସମସ୍ତଙ୍କ ପାଇଁ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ କିଛି ଶୁଖିଲା ଖାଦ୍ୟ ଓ ମାସ୍କ

ପ୍ରଦାନ କରା ଯାଇଥିଲା। କୁନି କୁନି ପିଲାଙ୍କ ପାଇଁ କିଛି ପାଠ୍ୟ ସମାଗ୍ରୀ ପ୍ରଦାନ କରା ଯାଇଥିଲା। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଗଲା। କରୋନା ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ପରୀକ୍ଷା କରି ଅବଶ୍ୟକ ଅନୁସାରେ ସଂଗରୋଧ କିମ୍ବା ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆଗଲା।

    ଏହିସମୟରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି,  ଯେଉଁଠାରେ କେତେକ ଛୋଟ ଛୋଟ ଶିଶୁ ସଙ୍ଗୀତର ତାଳରେ ନାଚ କରିଥିବାର ଦୃଶ୍ୟ | ସତରେ ଏହା ଏକ ମଧୁରତାର ଦୃଶ୍ୟ | ଏକ ନିଆରା ଖୁସିରେ ଆଦିବାସୀ ଶିଶୁମାନେ ଅନୁଭବ କରିଛନ୍ତି ପ୍ରାକୃତିକ ଖୁସି  |

Post a Comment

Please Select Embedded Mode To Show The Comment System.*

Previous Post Next Post