ଦୁଖୀ ଲୋକ ଙ୍କ ବନ୍ଧୁ ଏନ୍ଜେଲ୍ ୱେଲଫେୟାର ଅଗ୍ରାନାଇଜେସନ୍

ଦୁଖୀ ଲୋକ ଙ୍କ ବନ୍ଧୁ ଏନ୍ଜେଲ୍ ୱେଲଫେୟାର  ଅଗ୍ରାନାଇଜେସନ୍

ଦୁଖୀ ଲୋକ ଙ୍କ ବନ୍ଧୁ ଏନ୍ଜେଲ୍ ୱେଲଫେୟାର  ଅଗ୍ରାନାଇଜେସନ୍



ଭଦ୍ରକ: 29/05/2021(ରିପୋର୍ଟ : ସମୀର ମହାନ୍ତି ):  ଦାନ କଲେ ପୂଣ୍ୟ ମିଳେ। ଏହିପରି  ଧାର୍ମିକ କାର୍ଯ୍ୟ କରି ସାହାଯ୍ୟ ର ହାତ ବଢ଼ାଇଲେ ଏନ୍ଜେଲ୍ ଅଗ୍ରାନାଇଜେସନ୍ ର ସଦସ୍ୟ ମାନେ। ମହାମାରୀ ର ପ୍ରଭାବ ମଣିଷ ଜାତି କୁ ହନ୍ତସନ୍ତ କରିଛି କିଏ ନିଜ ଆତ୍ମୀୟ ଲୋକ ଙ୍କୁ ହରାଉଛି ତୋ କିଏ ଜୀବିକା ହରାଇ ଖାଦ୍ୟ ଅଭାବ ରୁ ହନ୍ତସନ୍ତ ହେଉଛି। ଏହା ସହ ବାତ୍ୟା ୟସ୍ ର ପ୍ରଭାବ ବି କିଛି କମ ନୁହଁ ଏହାର ପ୍ରଭାବ ରୁ ବିଭିନ୍ନ ଜାଗା ରେ କ୍ଷତି ଘଟାଇଛି। ଉଭୟ ମହାମାରୀ ଓ ବାତ୍ୟା ୟସ୍ ପ୍ରଭାବ ରୁ ବହୁ ଲୋକ ନିଜର ଜୀବିକା ହରାଇ ବହୁ ଦୁଃଖ ରେ ଭାଙ୍ଗି ପଡିଥିବା ସମୟରେ ସାହାଯ୍ୟ ର ହାତ ବଢ଼ାଇଛି ଏନ୍ଜେଲ୍ ଫାଉଣ୍ଡେସନ୍ ର କାର୍ଯ୍ୟକାରୀ ସଦସ୍ୟ। ଏହିପରି ଅଭାବ ସମୟରେ ରିଲିଫ୍ ବାଣ୍ଟି ମହାନ କାର୍ଯ୍ୟ କରିଛନ୍ତି। ବିଭିନ୍ନ ଗ୍ରାମ ବୁଲି ବୁଲି ପାଖାପାଖି ୫୦୦ ଲୋକ ଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟି ଆଜି ସ୍ୱତନ୍ତ୍ର ପ୍ରଶଂସା ପାଇପାରିଛନ୍ତି। ଏହି ସଂସ୍ଥା ର ଫାଉଣ୍ଡର ଭିରେନ୍ ସୋଲେଟ୍, ସଭାପତି ଭିସଲ ଅଗ୍ରୱାଲ,ସହ ଅନ୍ୟ ସଦସ୍ୟ ପ୍ରକାଶ ଚୌଧୁରୀ, ଭିସାଲ ମୋଦି, ସୁବ୍ରତ ରାଉତ, ଆଦି ଉପସ୍ଥିତ ରହି ଗରିବ ଲୋକ ଙ୍କୁ ଚାଉଳ , ଡାଲି, ଚୁଡା, ଚିନି, ପରି ଅତି ଆବସକିୟ ଶୁଖିଲା ଖାଦ୍ୟ ଯୋଗାଇ ଅତି ମହାନତା ର କାର୍ଯ୍ୟ କରିଛନ୍ତି।ଏନ୍ଜେଲ୍ ଅଗ୍ରାନାଇଜେସନ୍ ଫାଉଣ୍ଡର ଭିରେନ୍ କହିଛନ୍ତି ଯେ  ଆଗକୁ ମଧ୍ୟ ଏହିପରି କାର୍ଯ୍ୟ ଚାଲୁରହିବ। ଅଭାବି ଓ ଦୁଖୀ ଲୋକ ଙ୍କୁ ସାହାଯ୍ୟ କରିବା ପାଇଁ ସେ ସର୍ବଦା ସଜାଗ ହୋଇ ରହିଛନ୍ତି। ତାଙ୍କ ଫାଉଣ୍ଡେସନ୍ ଏହିପରି ଧାର୍ମିକ କାର୍ଯ୍ୟ କରିବା ପାଇଁ ସଦାସର୍ବଦା ଇଛୁକ।
                          

Post a Comment

Please Select Embedded Mode To Show The Comment System.*

Previous Post Next Post