ଗ୍ରାମ୍ୟ ଜଙ୍ଗଲ ନେଇ ବିବାଦ, ତିନି ଗ୍ରାମବାସୀ ମୁହାଁମୁହିଁ !

ଗ୍ରାମ୍ୟ ଜଙ୍ଗଲ  ନେଇ ବିବାଦ, ତିନି ଗ୍ରାମବାସୀ ମୁହାଁମୁହିଁ !

ଗ୍ରାମ୍ୟ ଜଙ୍ଗଲ  ନେଇ ବିବାଦ, ତିନି ଗ୍ରାମବାସୀ ମୁହାଁମୁହିଁ !


ଦଶପଲ୍ଲା : (ରିପୋର୍ଟ :ରତ୍ନାକର ହୋତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ,କୁଲୁରୁ କୁମ୍ପା ଗ୍ରାମ ପଂଚାୟତ ଅନ୍ତର୍ଗତ ତିନି ଗୋଟି ଗ୍ରାମବାସୀକଂର କିଛିଦିନ ହେବ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲ  କୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ନେଇ ତିନିଗ୍ରାମର  ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି।  ସୂଚନା ମୁତାବକ ଗତ ୨୦୧୫ ମସିହାରେ ଗ୍ରାମ୍ୟ ଜଙ୍ଗଲ ପାଇଁ ଦଶପଲ୍ଲା ରେଞ୍ଜ ବାଣୀଗୋଛା ବନାଞ୍ଚଳ ଅଧିନରେ ଥିବା  ବ୍ରହ୍ମଣୀଦେଇ ଓ ରୁଗୁମା ପାହାଡ଼ କୁ ବାଣୀବିରି ଓ ଜାନୀପଦର ଦୁଇଗ୍ରାମ , ଏକ ଜଙ୍ଗଲ ସୁରକ୍ଷା କମିଟି ଗଠନ କରି ଦୀର୍ଘ ଦିନ ହେବ ସୁରକ୍ଷା ଦେଇଆସୁଛନ୍ତି ।ଆଜି ସକାଳୁ ଗୁରୁହା ଗ୍ରାମର ଏକାଧିକ ମହିଳା ଓ ପୁରୁଷ ଉକ୍ତ ଜଙ୍ଗଲକୁ ଟାଙ୍ଗିଆ କଟୁରି ସାଙ୍ଗରେ ନେଇ ପସିଥିଲେ । କିଛି ସମୟଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହେବାପରେ ଗୁର୍ହା ଗ୍ରାମବାସୀ  ୩ହଳ କାଠ ନେଇଯାଇଥିଲେ । । ତିନି ଗୋଟି  ଗ୍ରାମ ମଧ୍ୟରେ ଗ୍ରାମ୍ୟଜଙ୍ଗଲ କୁ ନେଇ ଉଭୟ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ହେବାସହ ଉତ୍ତେଜନା ଦେଖାଦେଇଥିଲା। ପୁଣିଥରେ ୨୦୧୬ ମସିହାରେ ଗ୍ରାମ୍ୟଜଙ୍ଗଲ ବିଭାଜନ ହେଲା ପରେ ମଧ୍ୟ ଏଥିରେ ସନ୍ତୁଷ୍ଟ ନଥିଲେ ଦୁଇ ଗ୍ରାମବାସୀ। ସମୁଦାୟ  ୫୬ ଏକର ଗ୍ରାମ୍ୟ ଜଙ୍ଗଲ ପ୍ରକୃତରେ କାହା ଅଧୀନରେ ଯାଉଛି ତାହାକୁ ନେଇ ଅସନ୍ତୋଷ ବଢୁଛି ।  ପ୍ରତିବର୍ଷ ଜଙ୍ଗଲରୁ କଂଚା ଗଛ ମାରି ଜାଳେଣି ପାଇଁ କାଠ ନେବା ସମୟରେ ତିନି ଗାଁ ମଧ୍ୟରେ ମୁହାଁମୁହିଁ ହେଉଥିବା ଦେଖାଯାଉଛି। ଘଟଣା ସ୍ଥଳରେ ଗଣିଗୋଛା ପୋଲିସ ପଂହଁଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହି ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ , ପ୍ରଶାସନ ଏଥିପ୍ରତି ଅଣଦେଖା କରୁଥିବା ଅଭିଯୋଗ ହେଉଛି ।

Post a Comment

Please Select Embedded Mode To Show The Comment System.*

Previous Post Next Post