ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ !

ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ !

ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ କରୋନା ସଚେତନତା କାର୍ଯ୍ୟକ୍ରମ !


ଟିକାବାଲି : 28/05/2021(ରିପୋର୍ଟ : ସଂଜୀବ ଦିଗାଲ) : ଆଜି ଟିକାବାଲି ଗୋଷ୍ଠୀ ଅଧିକାରୀ ଶ୍ରୀ ଫକୀର ମୋହନ ପରିଡା ଙ୍କ ଉପସ୍ଥିତି ରେ  ଟିକାବାଲି ବ୍ଲକ ର ପାଡ଼ାଙ୍ଗି ଗ୍ରାମପଞ୍ଚାୟତ ର କାଲୁଙ୍ଗିଆ ଓ  କଇଁଝର ଗ୍ରାମପଞ୍ଚାୟତ ର ପିପୁଡି ଦେଇ. ଏବଂ ବ୍ଲକ ରେ ଥିବା ବିଭିନ୍ନ ଦୁର୍ଗମ ଅଂଚଳ କୁ ଯାଇ କରୋନା ମହାମାରୀ ଉପରେ ଲୋକ ମାନଂକୁ ସଚେତନତା କରିବା ସହିତ, ମାକ୍ସ, ସାବୁନ, ବଣ୍ଟନ କରି ପ୍ରତ୍ୟେକ ଜନସାଧାରଣ ଙ୍କୁ କରୋନା  ମହାମାରୀ କୁ ସମସ୍ତେ କିପରି ହଟେଇବା ସହିତ ସରକାରଙ୍କ ସମସ୍ତ ନିୟମ କୁ ମାନିବା ପାଇଁ ଗାଁ ଗାଁ ବୁଲି ସଚେତନ କରି ଗାଁ ର ଥିବା ସ୍ଥାନୀୟ ସମସ୍ୟା ଉପରେ ମଧ୍ୟ୍ୟ ଅନୁଧ୍ୟାନ କରିଥିଲେ | ଏହି ସଚେତନ କାର୍ଯ୍ୟକ୍ରମ ରେ, ବି ପି ଏମ  ଭାଗିରଥି ପୃଷ୍ଟି. ସ୍ଥାନୀୟ ସରପଞ୍ଚ, ଆଶା, ଅଙ୍ଗନବାଡିକର୍ମୀ  ଆଦି ଉପସ୍ଥିତ ଥିଲେ  |

    ପ୍ରକାଶ ଅଛିକି କରୋନା ର ଦ୍ଵିତୀୟ ତରଙ୍ଗ ସାରା ଦେଶରେ କାୟା ବିସ୍ତାର କରିଛି | ପ୍ରତ୍ୟେକ ଦିନ ଲକ୍ଷାଧିକ ବ୍ୟକ୍ତି ଆକ୍ରାନ୍ତ ହେଉଛନ୍ତି | କନ୍ଧମାଳ ଜିଲ୍ଲାର ଟିକାବାଲି ରେ ଅଧିକାଂଶ ଆଦିବାସୀ ଲୋକ ବସବାସ କରନ୍ତି | ଏହି ମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ପାଇଁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଉତ୍ତମ ପଦକ୍ଷେପ ନେଇଛନ୍ତି | ଗାଁ ଗାଁ ବୁଲି ଲୋକଙ୍କୁ ମାକ୍ସ ବଣ୍ଟନ କରିବା ସହିତ ସାମାଜିକ ଦୂରତା, ସାନିଟାଈଜ ବିଷୟରେ ବୁଝାଇଥିଲେ | ସ୍ୱାସ୍ଥ୍ୟ ବିଭାଗର ଏହି କାର୍ଯ୍ୟକ୍ରମକୁ ଅଂଚଳବାସୀ ସ୍ୱାଗତ କରିଥିଲେ |


Post a Comment

Please Select Embedded Mode To Show The Comment System.*

Previous Post Next Post