ଘର ପୋଡିରେ ଅସହାୟ ପରିବାରକୁ ସହାୟତା କଲେ ସ୍ବେଛାସେବୀ !

ଘର ପୋଡିରେ ଅସହାୟ ପରିବାରକୁ ସହାୟତା କଲେ ସ୍ବେଛାସେବୀ !

ଘର ପୋଡିରେ ଅସହାୟ ପରିବାରକୁ ସହାୟତା କଲେ ସ୍ବେଛାସେବୀ !


ନୟାଗଡ : 14/05/2021(ନ. ଖ. ବ୍ୟୁରୋ) : ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ଦୁର୍ଦ୍ଦୁରା ଗ୍ରାମର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଏବଂ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଦାମ ସାରଙ୍କ ନେତୃତ୍ୱରେ ନେଳିଵାରି ଗାଁରେ ଘର ପୋଡ଼ି ଯାଇଥିବା ହରିହର ନାହାକଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ତଥା  ଚାଉଳ, ଡାଲି,

ବିସ୍କୁଟ, ପନିପରିବା, ସାବୁନ ଇତ୍ୟାଦି ପ୍ରଦାନ କରାଯାଇଥିଲା | କିଭଳି ସରକାର ସହଯୋଗ ପାଇପାରିବେ ସମିତି ସଭ୍ୟ ପ୍ରାର୍ଥୀ ନୃସିଂହ ଚରଣ ପାଢୀଙ୍କୁ ସାକ୍ଷାତରେ ଅନୁଷ୍ଠାନର ସଞ୍ଜୟ କୁମାର ସାହୁ ଅବଗତ କରିଥିଲେ। ତାହା ସହ ଏକତାଳ  ଗ୍ରାମର  ହରିଜନ ଆଦିବାସୀଙ୍କ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଥିବା ପରିବାର ପହଞ୍ଚି ବିସ୍କୁଟ , ବସ୍ତ୍ର, ପ୍ରଦାନ କରିବା ସହ ମନୋବଳ ଦେଇଥିଲେ |

ଏଥିରେ ସ୍ଵେଚ୍ଛାସେବୀ ପରମେଶ୍ବର ସାହୁ , ସମିତି ସଭ୍ୟ ନୃସିଂହ ଚରଣ ପାଢୀ ଏବଂ ସମାଜସେବୀ ଦାମ ସାରଙ୍କୁ ଅଞ୍ଚଳ ବାସିନ୍ଦା କୃତଜ୍ଞତା ଜ୍ଞାପନ ଜଣାଇବା ସହ ଏହିପରି ସହଯୋଗ କାର୍ଯ୍ୟକ୍ର ଆଗକୁ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସଞ୍ଜୟ କୁମାର ସାହୁ ସୂଚନା ଦେଇଛନ୍ତି |


Post a Comment

Please Select Embedded Mode To Show The Comment System.*

Previous Post Next Post