ଟ୍ରାକ୍ଟର ଧକ୍କାରେ 5 ବର୍ଷ ଶିଶୁ ମୃତ୍ୟୁ !

ଟ୍ରାକ୍ଟର ଧକ୍କାରେ 5 ବର୍ଷ ଶିଶୁ ମୃତ୍ୟୁ !

ଟ୍ରାକ୍ଟର ଧକ୍କାରେ 5 ବର୍ଷ ଶିଶୁ ମୃତ୍ୟୁ ! ଟ୍ରାକ୍ଟର ଧକ୍କାରେ 5 ବର୍ଷ ଶିଶୁ ମୃତ୍ୟୁ !   ଟିକାବାଲି :ତା 22/6; (ରିପୋର୍ଟ : ସଂଜୀବ ଦିଗାଲ): ଟିକାବାଲି ବ୍ଲକ ର ସାରଙ୍ଗଡ଼ ଥାନା ଅଧୀନରେ ଯାଉଥିବା ପାବୁରିଆ ପଞ୍ଚାୟତ ର ଡାମିଗୁଡା ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣା ରେ ପାଞ୍ଚ ବର୍ଷ ର ନିରୀହ ଶିଶୁ ର ଜୀବନ ଚାଲିଗଲା | ସକାଳୁ ପ୍ରାୟ ଘ :9:30 ମି, ହେବ ଡାମିଗୁଡା ଗ୍ରାମର ସୁବାସ ପ୍ରଧାନ ଙ୍କ ବଡପୁଅ ସ୍ବର୍ଗତଃ ସୋହନ ପ୍ରଧାନ( 5ବର୍ଷ )ତାଙ୍କ ଜେଜେମା ଙ୍କ ସାଙ୍ଗରେ ଗ୍ରାମର ରାସ୍ତା କଢ ରେ ଥିବା ଏକ ନଳକୂପ ରେ ପାଣି ଗାଧଉଥିବା ବେଳେ  ତଳଡାମିଗୁଡା ଠାରୁ ଏକ ଇଟା ବୋଝେଇ ଟ୍ରାକଟର ଯାହାର (ମୁଣ୍ଡ ନଂ OR 12A 6492ଏବଂ ଡାଲା ନଂ -OR 07H7193)ଧୃତ ଗତିରେ ଆସୁଥିଲା,ସେହି ଗାଡିଟି ହଠାତ ତାହାଙ୍କ ଆଡକୁ  ମାଡିଯାଇ  ନିରୀହ ଶିଶୁ ଉପରେ ଓଲଟି ଗଲା ପପରେ ତୁରନ୍ତ  ତାଙ୍କ ବାପା ଗ୍ରାମର କିଛି ଲୋକ ଙ୍କ ସାଙ୍ଗରେ ବାଇକ ଯୋଗେ ଚିକିତ୍ସା ପାଇଁ ଟିକାବାଲି ଡାକ୍ତର ଖାନା କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସୂଚନା ଥାଉକି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଟି ସେହି ଅଞ୍ଚଳ ର ମାଲେରିମାହା ଗ୍ରାମର ନୀରା ବୁର୍ଗୀ ଙ୍କର ବୋଲି ଜଣା ପଡିଛି |ଲୋକ ଙ୍କ କହିବା ଅନୁସାରେ  ଗାଡି ଚାଳକଟି  ନିଶାଦ୍ରବ୍ୟ ସେବନ କରି ଖମାଖିଆଲ ଓ  ବେପରୁଆ ଭାବରେ ଧୃତଗତି ରେ ଗାଡି ଚଳାଉ ଥିବାରୁ ଏହିପରି ଦୁର୍ଘଟଣା ଘଟିଥିବା ଜଣା ପଡିଛି |ସୂଚନା ଥାଉକି ଶିଶୁ ର ମୃତ୍ୟୁ ଖବର ପାଇ ଟିକାବାଲି ଥାନା  ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଜୟ କୁମାର ସ୍ୱାଇଁ ତୁରନ୍ତ ସାରଙ୍ଗଡ଼ ଥାନା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରି ଶିଶୁ ମୃତ୍ୟୁ ବିଷୟରେ ଖବର ଦେଲେ |ସେହି କ୍ଷଣି ସାରଙ୍ଗଡ଼ ଥାନାରୁ ସେକେଣ୍ଡ ଅଫିସର ଶ୍ରୀ କୃଷ୍ଣ ଗୌଡ଼ ଆସି ଘଟଣା ସ୍ଥଳ କୁ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ କୁ ପଠେଇଲେ  କେସ ନଂ -54/22-06-2021 ଅଣ୍ଡର ସେକ୍ସନ  -279/304 ଏ -ଆଇ. ପି. ସି ଏକ ଧାରାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଚଳାଇ ଛନ୍ତି |


ଟିକାବାଲି :ତା 22/6; (ରିପୋର୍ଟ : ସଂଜୀବ ଦିଗାଲ): ଟିକାବାଲି ବ୍ଲକ ର ସାରଙ୍ଗଡ଼ ଥାନା ଅଧୀନରେ ଯାଉଥିବା ପାବୁରିଆ ପଞ୍ଚାୟତ ର ଡାମିଗୁଡା ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣା ରେ ପାଞ୍ଚ ବର୍ଷ ର ନିରୀହ ଶିଶୁ ର ଜୀବନ ଚାଲିଗଲା | ସକାଳୁ ପ୍ରାୟ ଘ :9:30 ମି, ହେବ ଡାମିଗୁଡା ଗ୍ରାମର ସୁବାସ ପ୍ରଧାନ ଙ୍କ ବଡପୁଅ ସ୍ବର୍ଗତଃ ସୋହନ ପ୍ରଧାନ( 5ବର୍ଷ )ତାଙ୍କ ଜେଜେମା ଙ୍କ ସାଙ୍ଗରେ ଗ୍ରାମର ରାସ୍ତା କଢ ରେ ଥିବା ଏକ ନଳକୂପ ରେ ପାଣି ଗାଧଉଥିବା ବେଳେ  ତଳଡାମିଗୁଡା ଠାରୁ ଏକ ଇଟା ବୋଝେଇ ଟ୍ରାକଟର ଯାହାର (ମୁଣ୍ଡ ନଂ OR 12A 6492ଏବଂ ଡାଲା ନଂ -OR 07H7193)ଧୃତ ଗତିରେ ଆସୁଥିଲା,ସେହି ଗାଡିଟି ହଠାତ ତାହାଙ୍କ ଆଡକୁ  ମାଡିଯାଇ  ନିରୀହ ଶିଶୁ ଉପରେ ଓଲଟି ଗଲା ପପରେ ତୁରନ୍ତ  ତାଙ୍କ ବାପା ଗ୍ରାମର କିଛି ଲୋକ ଙ୍କ ସାଙ୍ଗରେ ବାଇକ ଯୋଗେ ଚିକିତ୍ସା ପାଇଁ ଟିକାବାଲି ଡାକ୍ତର ଖାନା କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ସୂଚନା ଥାଉକି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଟି ସେହି ଅଞ୍ଚଳ ର ମାଲେରିମାହା ଗ୍ରାମର ନୀରା ବୁର୍ଗୀ ଙ୍କର ବୋଲି ଜଣା ପଡିଛି |ଲୋକ ଙ୍କ କହିବା ଅନୁସାରେ  ଗାଡି ଚାଳକଟି  ନିଶାଦ୍ରବ୍ୟ ସେବନ କରି ଖମାଖିଆଲ ଓ  ବେପରୁଆ ଭାବରେ ଧୃତଗତି ରେ ଗାଡି ଚଳାଉ ଥିବାରୁ ଏହିପରି ଦୁର୍ଘଟଣା ଘଟିଥିବା ଜଣା ପଡିଛି |ସୂଚନା ଥାଉକି ଶିଶୁ ର ମୃତ୍ୟୁ ଖବର ପାଇ ଟିକାବାଲି ଥାନା  ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଅଜୟ କୁମାର ସ୍ୱାଇଁ ତୁରନ୍ତ ସାରଙ୍ଗଡ଼ ଥାନା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରି ଶିଶୁ ମୃତ୍ୟୁ ବିଷୟରେ ଖବର ଦେଲେ |ସେହି କ୍ଷଣି ସାରଙ୍ଗଡ଼ ଥାନାରୁ ସେକେଣ୍ଡ ଅଫିସର ଶ୍ରୀ କୃଷ୍ଣ ଗୌଡ଼ ଆସି ଘଟଣା ସ୍ଥଳ କୁ ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ କୁ ପଠେଇଲେ  କେସ ନଂ -54/22-06-2021 ଅଣ୍ଡର ସେକ୍ସନ  -279/304 ଏ -ଆଇ. ପି. ସି ଏକ ଧାରାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଚଳାଇ ଛନ୍ତି |

Follow Us on Dailyhunt 


Post a Comment

Please Select Embedded Mode To Show The Comment System.*

Previous Post Next Post