ହଟହଟା ହେଲେ ବନାଚଳ ଅଧିକାରୀ !

ହଟହଟା ହେଲେ ବନାଚଳ ଅଧିକାରୀ !

ହଟହଟା ହେଲେ ବନାଚଳ ଅଧିକାରୀ !


ନୂଆଗାଁ :05/06/2021(ରିପୋର୍ଟ : ନିରଞ୍ଜନ ସାହୁ): କରୋନା ମହାମାରୀ ସମୟରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବଞ୍ଚିବା ପାଇଁ ସାଧାରଣ ଲୋକ ଚିନ୍ତାରେ ଥିବାବେଳେ
ବନବିଭାଗର ଆକ୍ରୋଶ ହେଲେ | ପରିଣତିରେ ହଟହଟା ହେଲେ ବନ ବିଭାଗ |
    ସୂଚନା ଅନୁସାରେ ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ରେଂଜର ଅଧିନ ବାହାଡ଼ା ଝୋଲା ବନାଞ୍ଚଳ ପରିସରରେ ଖଙ୍ଗାରପଲ୍ଲୀ ଗ୍ରାମ ‌। ଦିନ ଦିହିପହରେ ବଡବଡ ଶାଳ,  ସାଗୁଆନ କଟା ହୋଇ ଚାଲାଣ ହେଉଥିବା ବେଳେ ତାହାପ୍ରତି କାହାର ନଜର ପଡୁନି । କିନ୍ତୁ ଏଠି ନିଜ ବିଲରୁ ବାତ୍ୟାରେ ପଡିଥିବା କାଠ ଅଳ୍ପମାତ୍ରା ରେ କାଠକୁ 50 ରୁ ଉର୍ଦ୍ଧ ଫରେଷ୍ଟର ଓ ପୋଲିସ ଆସି ଜଣଙ୍କ ଘରେ ପଶି 15 ବର୍ଷ ତଳର କିଛି କାଠ ଜବତ କରିବା ସହିତ 7 ବର୍ଷର ଛୁଆଙ୍କୁ ଧମକେଇ ଅଚେତ୍ କରିବା  ମହଙ୍ଗା ପଡିଲା ବାହାଡ଼ାଝୋଲା ବନ ଅଧିକାରୀ ଙ୍କୁ | ଏହାର ପ୍ରତିବାଦରେ ରାସ୍ତାରେ ବସିଲେ ଅସହାୟ ପରିବାର ପାଇଁ ଶହ ଶହ ମହିଳା | 
Ads
ଗାଁ' ରେ ଜନ ଅସନ୍ତୋଷ ବଢ଼ିବା ଦେଖି ବନବିଭାଗ ହାର ମାନିବା ସହିତ ଗାଁ ସଭା ପତି ବିନୋଦ କୁମାର ନାୟକ ଙ୍କୁ ସମସ୍ତ କାଠ ଜିମାରେ ଦେଇଥିବା ଜଣାପଡ଼ିଛି । 

ଗୋଟିଏ ଗରିବ ଅସହାୟ ପରିବାର ଉପରେ ଫରେଷ୍ଟରଙ୍କ
 ଆକ୍ରୋଶ ମନଭାବକୁ ସାଧାରଣରେ ନିନ୍ଦା କରାଯାଇଛି, କିନ୍ତୁ ଗୋଟିଏ 7 ବର୍ଷର ପିଲାଙ୍କୁ ଭୟଭୀତ କରି ଅଚେତ୍ କରିଥୀବାରୁ  ବନବିଭାଗ ଉପରେ ଆଇନ  ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀଙ୍କ ସହିତ ପରିବାର ଲୋକେ ସଜବାଜ ହେଉଥିବାର ଶୁଣାଯାଉଛି । ହାତୀ ଯାଉଛି କିନ୍ତୁ ପିମ୍ପୁଡିକୁ ଜାଲପକେଇ ଆକ୍ରୋଶ ଭାବେ ହଇରାଣ କରୁଥିବାରୁ ଅଂଚଳ ବାସ ନିନ୍ଦା କରିଛନ୍ତି । 

Post a Comment

Please Select Embedded Mode To Show The Comment System.*

Previous Post Next Post