ଖୋର୍ଦ୍ଧା ଆଇନ୍‌ ମହାବିଦ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା ଓ ସେମାନଙ୍କର ଅଧିକାରକୁ ନେଇ ଭର୍ଚୁଆଲ ଆଲୋଚନା ଚକ୍ର ଅନୁଷ୍ଠିତ

ନୟାଗଡ଼ :- ଖୋର୍ଦ୍ଧା ଆଇନ୍‌ ମହାବିଦ୍ୟାଳୟ ପକ୍ଷରୁ ଶିଶୁ ସୁରକ୍ଷା ଓ ସେମାନଙ୍କର ଅଧିକାରକୁ ନେଇ ଭର୍ଚୁଆଲ ମୋଡ଼୍‌ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। ଏହି ଆଲୋଚନା ଚକ୍ରରେ ଆଲୋଚକ ଭାବରେ ଓଡ଼ିଶା ସରକାରଙ୍କର ଶିଶୁ ସୁରକ୍ଷା ସୋସାଇଟିର ପୋଗ୍ରାମ ମ୍ୟାନେଜର ଶ୍ରୀଯୁକ୍ତ ପ୍ରୀତିକାନ୍ତ ପଣ୍ଡା ( ଡ଼ କୁଳାଂଗାର୍ ) ଯୋଗ ଦେଇଥିଲେ, ଏହି ପରିପେକ୍ଷୀରେ ଶ୍ରୀଯୁକ୍ତ ପଣ୍ଡା ଶିଶୁ ମାନଙ୍କର ସୁରକ୍ଷା, ଅଧିକାର ଓ ବିଭିନ୍ନ ଆଇନ୍‌ ଗତ ଦିଗ ଗୁଡ଼ିକୁ ଅତି ସୁନ୍ଦର ଓ ସରଳ ଭାବରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଯୁବ ଆଇନ୍‌ ଗବେଷକ ଓ ଅଧ୍ୟାପକ ଗିରୀଶ ରଞ୍ଜନ ସାହୁ ପରିଚାଳନା କରିଥିଲେ ।
Ads
ଶ୍ରୀଯୁକ୍ତ ସଂଦିପ ମାନସିଂହ ଏହି ଅବସରରେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଆଇନ୍‌ କଲେଜ ସହିତ ଓଡ଼ିଶାର ଅନ୍ୟାନ୍ୟ କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଅଧ୍ୟାପକ,ଅଧ୍ୟାପିକା, ଓ ଗବେଷକମାନେ ଯୋଗ ଦେଇଥିଲେ।ଦୁଷ୍ମନ୍ତ ସାହୁ ଏହି କାର୍ଯ୍ୟକ୍ରମରେ ଟେକ୍ନିକାଲ ସୁଯୋଗ ଯୋଗାଇଦେଇ ଥିଲେ। ଖୋର୍ଦ୍ଧା ଆଇନ୍‌ ମହାବିଦ୍ୟାଳୟର ସେକ୍ରେଟାରୀ ଶ୍ରୀଯୁକ୍ତ ସୁଧୀର ମାନସିଂହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Please Select Embedded Mode To Show The Comment System.*

Previous Post Next Post