ଘରେ ଜଳୁନି ବିଦ୍ୟୁତ ଆଲୋକ, ତଥାପି ବିଲ ଦେଉଛନ୍ତି ଗ୍ରାମବାସୀ !
କନ୍ଧମାଳ : 13/06/2021(ରିପୋର୍ଟ : ମିହିର କାନ୍ତ ମିଶ୍ର ): ବିଜୁଳି ଆଲୁଅ ଆମ ପାଇଁ ସାତ ସପନ ସରକାର ଆମ ଗୁହାରି ଶୁଣ,
ରାସ୍ତା,ଘାଟ, ପାଣି, ବିଦୂତ, ଶିକ୍ଷା ସବୁଥିରୁ ବଞ୍ଚିତ ଶ୍ରାଲିଜଡ଼ି ଗ୍ରାମବାସି, ଗାଁ ଲୋକଙ୍କ ମୌଳିକ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା କର୍ଚ କରାଯାଉଥିବା ବେଳେ ସ୍ୱାଧୀନତା ର ସାତ ଦଶନ୍ଧି ପରେ ବି କନ୍ଧମାଳ ଜ଼ିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଶ୍ରାଲିଜଡ଼ି ଗ୍ରାମବାସି ଏସବୁ ରୁ ବଞ୍ଚିତ, ଏହି ଗ୍ରାମକୁ ଯିବା ଲାଗି ଭଲ ରାସ୍ତା ଖଣ୍ଡେ ନ ଥିବାବେଳେ ସାହା ଭରସା ପାହାଡ଼ିଆ ପାଦ ଚଲା ରାସ୍ତା, ଟିକେ ଅନ୍ୟ ମନସ୍କ ହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ, ଏ ଭଳି ପରିସ୍ଥିରେ ବିଦୂତ ଆଲୋକ ଏମାନଙ୍କ ପାଇଁ ସାତ ସପନ, ଏ କଥା ସତ କି ଗ୍ରାମବାସୀ ବିଦୂତ ବଲବ ବି ଦେଖି ନାହାନ୍ତି କି ବିଦୂତ ଖୁଣ୍ଟ ଟିଏ ବି ନାହିଁ l ଉପାନ୍ତ ଅଞ୍ଚଳ ହେଇଥିବରୁ ବନ୍ୟ ଜନ୍ତୁଙ୍କ ଭୟରେ ସଞ୍ଜ ନଇଁଲେ ତାଟି କବାଟ ପଡ଼ିଯାଏ ପୁଣି ଡୁବି, ଆଲୁଅ ଏମାନଙ୍କ ବନ୍ଧୁ ପାଲଟି ଥାଏ l ହେଲେ କେନ୍ଦ୍ର ସରକାର ବାହାସ୍ପଟ ମାରି କହୁଛନ୍ତି ପ୍ରତି ଘରକୁ ମିଳିବ ବିଜୁଳି ଆଲୁଅ, ଏଥିନିମନ୍ତେ ନିକଟ ଅତୀତରେ ସରକାରଙ୍କ ଦ୍ୱାରା ସୌଭାଗ୍ୟ ବିଦୂତ କରଣ ଯୋଜନା ଆରମ୍ଭ କରାଯାଇଥିଲା l
ଏହି ଯୋଜନା ଦ୍ୱାରା ଶ୍ରାଲିଜଡ଼ି ଗ୍ରାମର ଘରେ ଘରେ ସୁଇଚ ବୋର୍ଡ ଲଗା ଯାଇଅଛି ହେଲେ ନା ବିଦୂତ ଖୁଣ୍ଟ ଅଛି ନା ବସିଛି ମିଟର ଏପରିକି ଗ୍ରାମରେ କୌଣସି ଟ୍ରାନ୍ସଫରମର ଟିଏ ବି ବସା ଯାଇନାହିଁ l ତେବେ ଆଶ୍ଚର୍ଯ୍ୟର କଥା ବିଦୂତ ସଂଯୋଗ ନ ହୋଇ ଲୋକଙ୍କଠୁ ଆଦାୟ କରାଯାଉଛି ମୋଟା ଅଙ୍କର ବିଦୂତ ବିଲ ଯଦ୍ୱାରା ଲୋକଙ୍କ ଭିତରେ ବଡ଼ିବାରେ ଲାଗିଛି ଅସନ୍ତୋଷ l
Tags:
Local news