କାମ କରିବା ଇଛାଶକ୍ତି ଅଗରେ ହାର ମାନିଛି ଆର୍ଥିକ ସମସ୍ୟା !
ନୂଆଗାଁ : 30/04/2021(ରିପୋର୍ଟ : ନିରଞ୍ଜନ ସାହୁ ): କଥାରେ ଅଛି ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ହେଲେ ସମୟ ଓ ଅର୍ଥ ଆପେ ଆପେ ଆସେ | ଏମିତି କି ଆଗରୁ ବିଭିନ୍ନ ଏନଜିଓ ମାଧ୍ୟମରେ ଲୋକଙ୍କ ପାଇଁ କାମ କରି ଲୋକ ଲୋଚନକୁ ଆସି ପ୍ରଶଂସାର ପାତ୍ର ପାଲଟିଛନ୍ତି ନୂଆଗାଁ ଗ୍ରାମପଞ୍ଚାୟତର ସରପଂଚ ଗଜେନ୍ଦ୍ର ନାଥ ପ୍ରଧାନ | ତାଙ୍କୁ ସବୁ ସମୟରେ ସହଯୋଗ କରିଆସୁଛନ୍ତି ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ
ପ୍ରଶନ କୁମାର ତାରେନୀଆ । ଲୋକଙ୍କ କହିବା କଥା ଆମର ଯେତେ ବେଳେ ଯାହା ଅସୁବିଧା ହେବ ଏମିତିକି ସ୍ୱାସ୍ଥ୍ୟ ସେବା ହେଉ କି ଥାନା ରେ କିଛି ସମସ୍ୟା ଆସିଲେ ଖବର ପାଇ ଧାଇଁ ଆସନ୍ତି ସରପଂଚ ଗଜେନ୍ଦ୍ର ନାଥ ପ୍ରଧାନ | ଏଣୁ ପଂଚାୟତ ରେ ସେ ସବୁବେଳେ ଅଂଚଳର ପ୍ରିୟପାତ୍ର ହୋଇ ରହିଆସିଛନ୍ତି | ଆଜି ମଧ୍ୟ ପଂଚାୟତର ହରିଜନ ସାହିର ଆବଶ୍ୟକତାକୁ ଦେଖି କଂକ୍ରିଟ ରାସ୍ତା ସହ ଆଲୋକିକରଣ ପଂଚାୟତ ଅର୍ଥ ରୁ କରି ଲୋକ ଲୋଚନକୁ ଆସିଛନ୍ତି |
Tags:
Local news