ବାସୁଦେବପୁରରେ ବାତ୍ୟା ସହାୟତାରେ ଘୋଟାଲା : ଅଭିଯୋଗ କଲେ ବିଜେପି କର୍ମୀ !

ବାସୁଦେବପୁରରେ ବାତ୍ୟା ସହାୟତାରେ ଘୋଟାଲା : ଅଭିଯୋଗ କଲେ ବିଜେପି କର୍ମୀ !

ବାସୁଦେବପୁରରେ ବାତ୍ୟା ସହାୟତାରେ ଘୋଟାଲା : ଅଭିଯୋଗ କଲେ ବିଜେପି କର୍ମୀ !


ଭଦ୍ରକ, ୧୧/୦୬ ୨୦୨୧: ରିପୋର୍ଟ : ସମୀର ମହାନ୍ତି): ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ବାତ୍ୟା ‘ୟଶ’ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରାଯାଉଥିବା ସହାୟତାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି । ଆଜି ଜିଲ୍ଲାପାଳଙ୍କୁ ଏ ନେଇ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି ଉଦୟ ନାରାୟଣ ମଲ୍ଲିକଙ୍କ ନେତୃତ୍ୱରେ ପଦ୍ମପୁର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି କୃପାସିନ୍ଧୁ ଦାସ, ବାସୁଦେବପୁର ନଗରମୋର୍ଚ୍ଚା ସଭାପତି ତାଜୁ ଖାଁ, ମହେଶ୍ୱର ଧଳ, ରାଜେନ୍ଦ୍ର ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର କରଞ୍ଜଆଡ଼ିଆ, ନାୟକାଣିଡିହି, ମାଲିମୁଣ୍ଡା, ରାଜଘରପୋଖରୀ, କୃଷ୍ଣପୁର, ଚୁଡାମଣି ଭଳି ଉପକୂଳ ଅଞ୍ଚଳରେ ବାତ୍ୟା ୟଶ ବ୍ୟାପକ କ୍ଷତି ଘଟାଇଛି । ସରକାରଙ୍କ ଦ୍ୱାରା ବଣ୍ଟନ ହେଉଥିବା ସହାୟତା ବାସ୍ତବ କ୍ଷତିଗ୍ରସ୍ତ ପାଉ ନ ଥିବା ବେଳେ କ୍ଷତିଗ୍ରସ୍ତ ହୋଇ ନଥିବା ଲୋକଙ୍କୁ ଦଳୀୟ ଭିତ୍ତିରେ ପ୍ରଦାନ କରାଯାଉଛି । ଅନେକ ସ୍ଥାନରେ ପ୍ରଦାନ ହେଉଥିବା ରିଲିଫ୍ ସାମଗ୍ରୀର ପରିମାଣ ମଧ୍ୟ କମ୍ ଦିଆ ଯାଉଛି । ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀ ଶାସକ ଦଳର ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି । ଏ ସବୁକୁ କରା ନଯାଇ ବାସ୍ତବ କ୍ଷତିଗ୍ରସ୍ତଙ୍କୁ ସରକାରୀ ଧାର୍ଯ୍ୟ ପରିମାଣରେ ସହାୟତା ଯୋଗାଇବାକୁ ଶ୍ରୀ ମଲ୍ଲିକ ଦାବି କରିଛନ୍ତି । ଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ପଦକ୍ଷେପ ଗ୍ରହଣ ନକଲେ ବାସୁଦେବପୁର ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। 

   

Post a Comment

Please Select Embedded Mode To Show The Comment System.*

Previous Post Next Post