ଖାଦ୍ୟ ସୁରକ୍ଷା ଯୋଜନାର ବିକଳ ଚିତ୍ର, ରାସନ କାର୍ଡ ପାଇନଥିବାରୁ ଲକଡାଉନରେ ହନ୍ତସନ୍ତ ଗରିବ ପରିବାର !
ନୂଆଗାଁ : 13/06/2021(ରିପୋର୍ଟ :ନିରଞ୍ଜନ ସାହୁ): କେହି ଉପାସରେ ରହିବେ ନାହିଁ, ସେଥିପାଇଁ ସରକାର ଆରମ୍ଭ କରିଛନ୍ତି "ଖାଦ୍ୟ ସୁରକ୍ଷା ଯୋଜନା " | ହେଲେ ବଡ଼ବଡ଼ ଭାଷଣରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ଯୋଜନା | ବହୁଥର ବିଭିନ୍ନ ସମୟରେ ତଦନ୍ତ କରାଯାଇ ଲୋକଙ୍କୁ ଦିଆଗଲା ରାସନ୍ କାର୍ଡ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତଥାପି ଦୁର ହୋଇନାହିଁ ଗରିବଙ୍କ ସମସ୍ୟା । ବହୁତ ଧନୀ ବଡ଼ବଡ଼ିଆ ହାତେଇ ଛନ୍ତି ରାସନ୍ କାର୍ଡ | ଏହି କାଡ ପାଇବା ପାଇଁ ମଧ୍ୟସ୍ଥି ସାଜିଛନ୍ତି କିଛି ଦଲାଲ୍ ଙ୍କ ସହିତ କିଛି ସରକାରୀ କର୍ମଚାରୀ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଏମିତି କିଛି ପରିବାର ଆଜି ପର୍ଯ୍ୟନ୍ତ ଅସହାୟ ଅବସ୍ଥାରେ ଅଛନ୍ତି, ଯାହା ନଦେଖିଲେ ବିଶ୍ଵାସ ହେବନି ।
ଏମିତି ଏକ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ହରିପୁର ପଂଚାୟତର ସିଆରିମାଳ ଗାଁ ରେ | ଅମୂଲ୍ୟ ନାୟକ , ସ୍ତ୍ରୀ ଗୌରୀ ନାୟକ | ଦୁଇ ଛୁଆକୁ ଧରି ଜେନେ ତେନେ ପ୍ରକାର
ଜରିପାଲତଳେ ମୂଲପାତି କରି ଚଳି ଯାଉଥିଲେ | ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି କାଗଜ ପତ୍ରର ଜେରେକ୍ସ ଦେଇ ନିରୁତ୍ସାହିତ ହୋଇଗଲେଣି | କିନ୍ତୁ ସରକାରୀ ଅଧିକାରୀ ଙ୍କ ଇଛଶକ୍ତିର ଅଭାବ ଯୋଗୁଁ ଯୋଜନାରୁ ବାଦ ପଡିଛନ୍ତି | ଏହାର ଫାଇଦା ଉଠାଇ ହାତେଇ ନେଉଛନ୍ତି ବଡ଼ବଡ଼ିଆ ଅଯୋଗ୍ୟ ହିତାଧିକାରୀ |
ଏମାନଙ୍କ ପାଇଁ ଏବେ କାଳ ହେଇଛି କରୋନା ମହାମାରୀ |ଲକ ଡାଉନ୍ ସଟ୍ ଡାଉନ୍ ଯୋଗୁଁ ମୁଲପାତିରୁ କମ ରୋଜଗାର ସାଙ୍ଗକୁ ସରକାରୀ ସୁବିଧାର ଅଭାବ । ଦିନେ ଖାଇଲେ ଦିନେ ଓପାସ ରେ ନାହିଁ ନାହିଁ ରେ ଚାଲିଛି ଚାରି ପ୍ରାଣୀଙ୍କ ଛୋଟ ସଂସାର |ଏଣୁ ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇଦେବା ପାଇଁ ସେ ଅନୁରୋଧ କରିଛନ୍ତି ।
Tags:
Local news