ବେଲପା ନଦୀର ପୋଲ ନିର୍ମାଣ ପ୍ରସଙ୍ଗ : ଦୀର୍ଘ ଦିନ ଧରି ଅଗଣିତ ଜନତାଙ୍କ ସ୍ୱର, ପ୍ରଶାସନର ନାହିଁ ନଜର !
ନୂଆଗାଁ : 20/06/2021(ରିପୋର୍ଟ : ଜିତେନ୍ଦ୍ର ମହାପାତ୍ର): ଦୀର୍ଘଦିନ ଧରି ଅଗଣିତ ଜନତାଙ୍କ ସ୍ଵର ପ୍ରଶାସନ ର ନାହିଁ ନଜର । ଆଜକୁ ପ୍ରାୟ ଏକ ବର୍ଷ ହୋଇଗଲାଣି ପୋଲ ଭାଙ୍ଗିଲାଣି ,ହେଲେ ପ୍ରଶାସନର ନିଘା ନାହିଁ । ଏହି ବିପଦ ସଙ୍କୁଳ ପୋଲ ମଧ୍ୟ ଦେଇ ପ୍ରାୟ 10ରୁ,15 ଟି ଗ୍ରାମର ଲୋକମାନେ ଗମନା ଗମନ ନିମନ୍ତେ ନିର୍ଭର କରିଥାନ୍ତି ।ଏହି ପୋଲ ଟି ଜଗନ୍ନାଥ ପ୍ରସାଦ ଓ ସୋରଡ଼ା ଗ୍ରାମ ମଧ୍ୟରେ ପ୍ରବାହିତ ହେଉଥିବା ବେଲପା ନଦୀ ଉପରେ ବ୍ରିଜ ଟି ନିର୍ମାଣ କରାଜାଇଥିଲା । ଉକ୍ତ ବ୍ରିଜ ଟି ଗତ ବର୍ଷ ଜୁନ ମାସ 2ତାରିଖ ଅପରାହ୍ନ 5.30 ଘଟିକା ରେ ଭାଙ୍ଗି ଯାଇଥିଲା । ହେଲେ ଘଟଣା ଘଟିବାର ଏକ ବର୍ଷ ପରେ ମଧ୍ୟ ଆରମ୍ଭ ହୋଇପାରୁନି ନିର୍ମାଣ କାର୍ଯ୍ୟ । କିଛି ବୁଦ୍ଧିଜୀବୀଙ୍କ ମତାମତ ଅନୁଯାୟୀ ଆଗକୁ ବର୍ଷା ଦିନ ଆସୁଥିବା ହେତୁ ବ୍ରିଜ କାମ ଶୀଘ୍ର କରାନଗଲେ ବ୍ରିଜ ଟି ଭାଙ୍ଗି ଯିବାର ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି।