ଦଶପଲ୍ଲା ମହିଳା ମହାବିଦ୍ୟାଳୟ ଠାରେ ସ୍ବାବଲମ୍ବୀ ଭାରତ ଅଭିଯାନ କାର୍ଯକ୍ରମ ।

  • ଦଶପଲ୍ଲା ମହିଳା ମହାବିଦ୍ୟାଳୟ ଠାରେ ସ୍ବାବଲମ୍ବୀ ଭାରତ ଅଭିଯାନ କାର୍ଯକ୍ରମ ।

ଦଶପଲ୍ଲା ମହିଳା ମହାବିଦ୍ୟାଳୟ ଠାରେ ସ୍ବାବଲମ୍ବୀ ଭାରତ ଅଭିଯାନ କାର୍ଯକ୍ରମ ।


ଦଶପଲ୍ଲା : - ଦଶପଲ୍ଲା ସ୍ଥିତ କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଠାରେ ସ୍ବାବଲମ୍ବୀ ଭାରତ ଅଭିଯାନ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ  ଲକ୍ଷ୍ମୀପ୍ରିୟା ସାହୁ ମୋହଦୟା ( ଓଡ଼ିଶା ପ୍ରାନ୍ତ ପ୍ରମୁଖ) ଯୋଗଦେଇଥିବା ବେଳେ।ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳର ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ଅଧକ୍ଷା ଦୂର୍ଗା ଦେବୀ ଓ ପୂର୍ଣ୍ଣମାସି ଦେବୀ  ଯୋଗଦେଇଥିବାବେଳେ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜିଲ୍ଲା ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ମାନସ କୁମାର ସାହୁ  ଯୋଗଦେଇଥିଲେ । ହୁର୍ଶିକେସ ବାରିକ ମହୋଦୟ କାର୍ଯ୍ୟକ୍ରମ କୁ ଆୟୋଜନ କରିବା ସହିତ  ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ଭାରତୀୟ ମଜୁଦୁରୁ ସଂଘ ର ପ୍ରତିଷ୍ଠାତା ଦନ୍ତପତ୍ ଢେଙ୍ଗେଣି ଙ୍କ ଜନ୍ମ ଜୟନ୍ତୀ ଅବସରରେ ଦୀପ ପ୍ରଜ୍ୟୋଳନ କରାଯାଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି , ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦଶପଲ୍ଲା ବ୍ଲକ ରେ ଥିବା ଉଦ୍ୟମି ବ୍ୟକ୍ତି ରାକେଶ କୁମାର ସାହୁ (ସ୍ୱଚ୍ଛ ଜଳ) , କାଳୀଚରଣ ସ୍ୱାଇଁ (ସଦିଷ୍ଟ ମିଚ୍ଚ୍ଚର୍), ମାନସ ରଂଜନ ସହୁ (ଛତୁଆ) ଭଳି ସ୍ଥାନୀୟ ଉଦ୍ୱେଗି ଯୋଗଦେଇ ସ୍ୱଚ୍ଛ ପାନୀୟ ଜଳର  ପ୍ୟାକେଟ ଓ ବିକ୍ରୟ, ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ମିଶ୍ଚର ପ୍ରସ୍ତୁତି,ଛତୁଆ ତିଆରି , ଯାଆଁଳ ଓ ମାଛ ଚାଷ,ଛତୁ ଚାଷ,ସିଲେଇ ଶିଖିବା, ବିୟୁଟି ପାର୍ଲର,ଭଳି ବିଭିନ୍ନ କାର୍ଯ୍ୟ ଉପରେ ଦକ୍ଷତା ପ୍ରଦାନ କରିବା ସହିତ ନିଜ ଜୀବନ ର ସଂଗ୍ରାମ ର ଅନୁଭୂତି ପ୍ରଦାନ କରିଥିଲେ।ଚାକିରି ବ୍ୟତୀତ ଅନେକ ଯୁବକ ଯୁବତୀ କିଭଳି ନିଜ ଯାଗାରେ ସ୍ୱାବଲମ୍ବନ ହୋଇ ପରିବାର ଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିପାରିବ ବୋଲି ପ୍ରେରଣା ପ୍ରଦାନ କରାଯାଇଥିଲା। C3 ର ସ୍ଥାନୀୟ ସଂଯୋଜକ ନିକି ପ୍ରଧାନ,ଓ ଶୁଭାଶିଷ ମିଶ୍ର ଯୋଗ ଦେଇଥିବା ସମସ୍ତ ଛାତ୍ରୀ ଙ୍କୁ ବାଲ୍ୟବିବାହ ଠାରୁ ଦୂରେଇ ରହି ସମସ୍ତେ ସମାଜ ରେ  ନିଜ ଗୋଡ଼ରେ ନିଜେ ଠିଆ ହୋଇ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିବାର ବାର୍ତ୍ତା ପ୍ରଦାନ କରିଥିଲେ। ଆସିଥିବା ଉଦ୍ୟମି ବନ୍ଧୁ ଙ୍କୁ ଅତିଥି ଙ୍କ ଦ୍ଵାରା ଉତ୍ତରୀୟ ଓ ଶ୍ରିଫଳ ଦେଇ ସମ୍ମାନିତ କରାଯାଇଥିଲା।ପରିଶେଷରେ ସମସ୍ତଙ୍କୁ ହୃଷୀକେଶ ପ୍ରଦାନ ମୋହାଦୟ ଧନ୍ୟବାଦ ଅର୍ପଣ କରି ସର୍ବେଭବନ୍ତୁ ସୁଖିନଃ ଗାନ କରି ସଭା ସମାପ୍ତ କରାଯାଇଥିଲା।

Post a Comment

Please Select Embedded Mode To Show The Comment System.*

Previous Post Next Post