ସହିଦ୍ ଭଗତ ସିଂହ ଙ୍କ ବଳିଦାନ ଦିବସ ପାଳନ !
ଦଶପଲ୍ଲା : ନ. ଖ / (ରିପୋର୍ଟ : ରତ୍ନାକର ହୋତା) : ଦଶପଲ୍ଲା ଇଲେଭେନ୍ ଷ୍ଟାର୍ କ୍ଳବ୍ ପରିସରରେ ଭାରତର ଗଣତାନ୍ତ୍ରିକ ଯୁବ ଫେଡେ଼ରେସନ୍ (ଡି ୱାଇ ଏଫ୍ ଆଇ) ଦଶପଲ୍ଲା ବ୍ଲକ କମିଟି ପକ୍ଷରୁ ସହିଦ୍ ଭଗତ ସିଂହ ଙ୍କ ୯୦ ତମ ବଳିଦାନ ଦିବସ ପାଳିତ ହୋଇ ଯାଇଅଛି। ପ୍ରଥମେ ସହିଦଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।ବ୍ଲକ କମିଟି ସଭାପତି ସୁଶାନ୍ତ କୁମାର ନାୟକ ଙ୍କ ସଭାପତିତ୍ବରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସି ପି ଆଇ( ଏମ)ର ନୟାଗଡ଼ ଜିଲ୍ଲା ସମ୍ପାଦକ ଶରତ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ସହିଦଙ୍କ ସ୍ମୃତି ଚାରଣ କରିଥିଲେ। ମୁଖ୍ୟ ଅତିଥି ସହୀଦ ଙ୍କ ବୀରତ୍ଵ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ କମିଟି ସମ୍ପାଦକ ବିପିନ୍ କୁମାର ବଜୁ, ଶ୍ରୀନିବାସ ନାଏକ ଓ ପ୍ରଦୀପ ନାୟକ ପ୍ରମୁଖ ସହିଦଙ୍କ ସ୍ମୃତି ଚାରଣ ସହିତ ବକ୍ତବ୍ୟ ରଖି ଥିଲେ।
Tags:
Local news