ଭାଲିଆପଦର ଗ୍ରାମର ପାନୀୟ ଜଳର ଦାରୁଣ ଚିତ୍ର !

ଭାଲିଆପଦର ଗ୍ରାମର ପାନୀୟ ଜଳର ଦାରୁଣ ଚିତ୍ର !

ଭାଲିଆପଦର ଗ୍ରାମର ପାନୀୟ ଜଳର ଦାରୁଣ ଚିତ୍ର !


ନୂଆଗାଁ :( ରିପୋର୍ଟ - ନିରଞ୍ଜନ ସାହୁ )- ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ବହୁଳ ଏବଂ ସାଧାରଣ ଲୋକଙ୍କ ମୋୖଳିକ ଆବଶ୍ୟକତା ପୂରଣ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନାରେ ବସୁନ୍ଧରା ଯୋଜନା ଜରିଆରେ କୋଟି କୋଟି ଟଙ୍କାର ରାଜସ୍ବ ବିନିଯୋଗ କରୁଛନ୍ତି |

କିନ୍ତୁ ତାହା ଲୋକମାନେ କେତେ ପରିମାଣ ଉପକୃତ ହେଉଛନ୍ତି ତାହାର ଜ୍ୱଳନ୍ତ ଉଦାହରଣ ଭାଲିଆପଦର ଗାଁ ! ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଆଦିବାସୀ ବହୁଳ ଗାତେରୀ ପଂଚାୟତର ଭାଲିଆପଦର ଗାଁ'ରେ ୫୦ପରିବାରର ପ୍ରାୟ ୨୦୦ ଲୋକ ବସବାସ କରନ୍ତି |

ଗାଁ' କୁ ରାସ୍ତା ଅଛି, କିନ୍ତୁ ବର୍ଷା ଦିନ ହେଲେ ସବୁ ଗମନାଗମନ ବନ୍ଦ | ସାଧାରଣତଃ ବିଶୁଦ୍ଧ ପାନୀୟ ଜଳ ପାଇଁ ଏଠି ଅନେକ ହଇରାଣ ହେଉଛନ୍ତି ଗ୍ରାମବାସୀ | ଗ୍ରାମରେ ମାତ୍ର ଗୋଟିଏ ନଳକୂଅ | ସେଥିରେ ସୋଲାର ଲାଗିଚି କିନ୍ତୁ ପାଣି  ଗୋଟାଏ ବାଲତି ଭରିବାକୁ ଲାଗୁଛି  ୨୦ ମିନିଟ ! ପାଖରେ ଗୋଟିଏ ପୋଖରି,  କିନ୍ତୁ ଦିନବେଳେ ମଧ୍ୟ ହାତୀଙ୍କ ଭୟ | ଗ୍ରାମବାସୀଙ୍କ କହିବା କଥା ଅନୁସାରେ ସେମାନେ ଏଥିପାଇଁ ଅନେକ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି |


    ଏଣୁ ପ୍ରଶାସନ  ଭାଲିଆପଦର ଗାଁ ର ପାନୀୟ ଜଳ ସମସ୍ୟା ଦୂରକରିବା ଉପରେ ଗୁରୁତ୍ଵ ଦେବା ପାଇଁ ଅଂଚଳ ବାସିନ୍ଦାଙ୍କ ଦାବି ହୋଇଛି । 

Post a Comment

Please Select Embedded Mode To Show The Comment System.*

Previous Post Next Post