କାଳ ସାଜିଲା କାଳବୈଶାଖୀ ଝଡ଼ !
ନୂଆଗାଁ : (ରିପୋର୍ଟ : ନିରଞ୍ଜନ ସାହୁ ) : କାଳ ସାଜିଲା କାଳବୈଶାଖୀ ! ଏମିତିକା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବାହାଡ଼ାଝୋଲା ପଂଚାୟତରେ | ଦଳେଇଭାଗ ଗାଁ'ର ଚାଷୀ ବିପିନ୍, ନିତ୍ୟାନନ୍ଦ , ଅବକାଶ ,ଶରତ ,ଲୁଲୁପ , ସନ୍ତୋଷ ଗୌରାଙ୍ଗ, ବସନ୍ତ, ସୁର ଭଳି ଅନେକ ଚାଷୀଙ୍କ ଘରେ ଚୁଲିଜଳୁନି ।
ଶନିବାର କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ବହୁ ଅଞ୍ଚଳରେ କୁଆପଥର ମାଡ଼ ହୋଇଥିଲା। ବ୍ୟାପକ ଫସଲ ନଷ୍ଟ ହୋଇଛି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ଏବଂ ବିଶେଷକରି ବାହାଡାଝୋଲା ଅଞ୍ଚଳରେ ପବନ ଓ କୂଆପଥର ମାଡରେ ଜହ୍ନି, ଟମାଟୋ, କୋବି, ବାଇଗଣ,କଖାରୁ,ଲଙ୍କା,କଲରା,କାକୁଡି,ପିଆଜ,ମକ୍କା,ପୋଟଳ, ଝୁଡ଼ଙ୍ଗ,ଭେଣ୍ଡି,ଅମୃତ ଭଣ୍ଡା,ସଜନା,କଦଳୀ,କାଜୁ,ଆମ୍ବ,ମୁଗ ଇତ୍ୟାଦି କୋଟି କୋଟି ଟଙ୍କାର ଫସଲ ନଷ୍ଟ ହୋଇଯାଇଛି |
ଯାହାକି ନିଜ ଆଖିରେ ନ ଦେଖିଲେ ବିଶ୍ଵାସ କରିହବନି । ଯେଉଁ ଚାଷୀ ମାନେ ଖରା ବର୍ଷା ଶୀତକୁ ଏକ କରି ମାଟି ସହିତ ମାଟି ହୋଇ ଜମିରେ ରାତି ଦିନ ପରିଶ୍ରମ କରି ଆମମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି ତା'ଉପରେ ପୁଣି ପ୍ରକୃତି ଏଭଳି ଦାଉ ସାଜୁଛି। ଗତ ବର୍ଷ କରୋନା ପ୍ରଭାବରେ ଚାଷୀ କୂଳ ପନିପରିବା ବିକ୍ରି କରିନପାରି ଅଭାବୀ ବିକ୍ରି କରି ହତାଶ ହୋଇଥିବା ବେଳେ ଏ ବର୍ଷ କାଳବୈଶାଖୀ ତାଣ୍ଡବରେ ଚାଷୀ କୁଳର ମେରୁଦଣ୍ଡ ଭାଙ୍ଗି ଯାଇଛି। ଯା' ଫଳରେ ଚାଷୀ ଋଣ କରଜ କରି ସାଉକାର ଠାରୁ ଆଣିଥିବା ଅର୍ଥକୁ କିଭଳି ସୁଝିବ ତାହା ବଡ଼ ଚିନ୍ତାର କାରଣ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କର ଚାଷୀ ମାନଙ୍କ ପାଇଁ ବହୁ ଯୋଜନା ଥିବା ବେଳେ ଏଭଳି ଅକାଳ ଝଡ଼ରେ ଚାଷୀମାନଙ୍କ ମେରୁଦଣ୍ଡକୁ ଭାଙ୍ଗି କ୍ଷତି ହୋଇଥିବା ଚାଷୀ ମାନଙ୍କୁ ପ୍ରଶାସନ ତରଫରୁ କିଛି ସରକାରୀ ସହାୟତା ମିଳିଲେ ଅନେକ ଉପକୃତ ହେବେବୋଲି କହିଛନ୍ତି ଦଲେଇଭାଗ ଗ୍ରାମର ଚାଷୀମାନେ । ଏଥିସହିତ କୂଆପଥର ମାଡରେ ନୂଆଗାଁ ବ୍ଲକର ଦଳେଇଭାଗ,ଘଡେଇବନ୍ଧ,କାଳିଆମ୍ବା,ବନ୍ତଳା,ଆମ୍ବପଡା,ଯୋଡାସାହି,ସୀଙ୍ଗାରପଲ୍ଲି,ସୁଣ୍ଡିଝୋଲା ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।ଚାଷୀଙ୍କୁ କ୍ଷତି ପୂରଣ ସହାୟତା ବିଷୟରେ ନୂଆଗାଁ କୃଷି ଏବଂ ଉଦ୍ୟାନ କୃଷି ଅଧିକାରୀଙ୍କ ସହିତ ଫୋନ ଯୋଗେ କଥାହେବାରେ ସେମାନେ କହିଥିଲେ ଯେ ଆମେ ଏହା ବିଷୟରେ ଉପରିସ୍ଥ ଅଧିକାରୀଙ୍କ ସହିତ ପରାମର୍ଶ କରି ଯଦିଓ କିଛି ସହାୟତା ଥିବ ତାହେଲେ ଆମେ ନିଶ୍ଚୟ ସାହାଯ୍ୟ କରିବୁ।

Tags:
Local news