ଗୋବିନ୍ଦ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ଓ ଶୃତି ଚାରଣ ସଭା !

ଗୋବିନ୍ଦ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ଓ ଶୃତି ଚାରଣ ସଭା !

ଗୋବିନ୍ଦ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ଓ ଶୃତି ଚାରଣ ସଭା !


 ଦଶପଲ୍ଲା ରୁ ରତ୍ନାକର ହୋତାକଂ ରିପୋର୍ଟ (ନୟାଗଡ଼ ଖବର )  ଦଶପଲ୍ଲାର ସୁଯୋଗ୍ୟ ସନ୍ତାନ, ସାବରମତୀ ଆଶ୍ରମର ପ୍ରଥମ ଓଡ଼ିଆ ଅନ୍ତେବାସୀ, ଆଜୀବନ ବିପ୍ଲବୀ, ମୁକ୍ତି ସଂଗ୍ରାମୀ, ଦେଶଭକ୍ତ, ସ୍ବାଧୀନତା ସତ୍ଯାଗ୍ରହୀ, ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଆ ବନ୍ଧୁ ଏବଂ ଭାରତୀୟ ଜାତୀୟ ଇତିହାସର ଏକ ଅଲିଭା ସ୍ମୃତି ତଥା ରାଜ୍ୟ ସଭା ସାଂସଦ ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଅଦ୍ୟ ତା 13/4/21 ରିଖ ଦିନ ପଞ୍ଚାବନ ତମ ଶ୍ରାଦ୍ଧୋତ୍ସବ ଓ ଶୃତି ଚାରଣ ସଭା ଦଶପଲ୍ଲା ସ୍ଥିତ ଦୁର୍ଗା ବଜାର କଲୋନୀରେ ଥିବା ଘରୋଇ ବିଞ୍ଜାନ କୋଚିଂ ସେଣ୍ଟର ପରିସରରେ ପୂଜ୍ୟ ପୂଜା ପରିଷଦ, ଦଶପଲ୍ଲା ତରଫରୁ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ଅବସରପ୍ରାପ୍ତ ଡାକ୍ତର ବୈଦ୍ୟନାଥ ସାହୁ ସଭାପତିତ୍ବ କରିଥିବା ବେଳେ ଶ୍ରୀଯୁକ୍ତ ପ୍ରଶର୍ନ ପଣ୍ଡା, ଶ୍ରୀଯୁକ୍ତ ପ୍ରାଣ କୃଷ୍ଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ବରିଷ୍ଟ ଓକିଲ ତଥା ସମାଜସେବୀ ଶ୍ରୀଯୁକ୍ତ ଶରତ ବେହେରା ଏହି ସଭାକୁ ସଂଯୋଜନା କରିଥିଲେ।ବିଶେଷ କରି ଦଶପଲ୍ଲାର ଅନେକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସମାଜ ସେବୀ, କବି, ଲେଖକ, ଯୁବକ ଓ ସାମ୍ବାଦିକ ଏହି ସ୍ମୃତି ଚାରଣ ସଭାରେ ଯୋଗଦେଇ ବିପ୍ଲବୀ ଗୋବିନ୍ଦ ମିଶ୍ରଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଜୀବନ ଆଦର୍ଶ ବିଷୟରେ ମୂଲ୍ୟବାନ୍ ମତାମତ ଦେଇଥିଲେ। ସର୍ବୋପରି ଶ୍ରୀଯୁକ୍ତ ଅଲେଖ ସାହୁ, ରାଜକିଶୋର ବେହେରା, ପ୍ରଫୁଲ କୁମାର ମିଶ୍ର, ଗୌରଚନ୍ଦ୍ର ମିଶ୍ର, ପ୍ରଫୁଲ ଦାଶ,ଶ୍ରୀଯୁକ୍ତ ଲିଙ୍ଗରାଜ ପାଣି, ଡାକ୍ତର ପ୍ରଫୁଲ ଦାସ, କୁଞ୍ଜବିହାରୀ ପାତ୍ର, ନାରାୟଣ ସାହୁ, ଶ୍ରୀଯୁକ୍ତ ସନ୍ତୋଷ ସାହୁ, ଡକ୍ଟର ସରୋଜ ନାଏକ, ତ୍ରିନାଥ ବେହେରା, ଶରତଚନ୍ଦ୍ର ବେହେରା, ଗଣେଶ୍ଵର ନାୟକ ଏବଂ ସାମାଜିକ କର୍ମୀ ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜିର ଏହି ସ୍ମୃତି ଚାରଣ ସଭାରେ ମହାନ୍ ସଂଗ୍ରାମୀ ଓ ତ୍ଯାଗୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଜୀବନ ସଂଗ୍ରାମ ତଥା ଜାତୀୟ ଚେତନା ବିଷୟରେ ବକ୍ତା ମାନେ ନିଜ ନିଜର ମତାମତ ଦେଇଥିଲେ। 



Post a Comment

Please Select Embedded Mode To Show The Comment System.*

Previous Post Next Post