ଆମ୍ବେଦକରଙ୍କ ଜନ୍ମ ଦିବସ ପାଳିତ !
ଦଶପଲ୍ଲା : (ରିପୋର୍ଟ :ରତ୍ନାକର ହୋତା) :ନୟାଗଡ଼ ଖବର / ୧୪.୪.୨୧ରିଖ ଦିନ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଦିବସ କୁ ସମ୍ବିଧାନ ସୁରକ୍ଷା ଦିବସ ଭାବରେ ସି ପି ଆଇ(ଏମ୍) ପକ୍ଷରୁ ପାଳନ କରାଯାଇଅଛି। ଆଜି ମଧ୍ୟଖଣ୍ଡ ଠାରେ ସରପଂଚ ଗଣେଶ୍ୱର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ , ମୁଖ୍ୟ ଆଲୋଚକ ଭାବରେ ସିପିଆଇ(ଏମ୍) ର ଜିଲ୍ଲା ସମ୍ପାଦକ ଆଡ଼ଭୋକେଟ୍ ଶରତ ଚନ୍ଦ୍ର ବେହେରା ଯୋଗଦେଇ ଭାରତ ସମ୍ବିଧାନ ଉପରେ ଆଲୋଚନା କରିବା ସହିତ ସମ୍ବିଧାନର ମୁଖବନ୍ଧ ଠାରୁ ଆରମ୍ଭ କରି ନାଗରିକ ର ମୌଳିକ ଅଧିକାର ପର୍ଯ୍ୟନ୍ତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।କିନ୍ତୁ ବର୍ତ୍ତମାନ ସମ୍ବିଧାନ ଗ୍ରହଣ କରିଥିବା ସଂସଦୀୟ ଗଣତନ୍ତ୍ର,ସଙ୍ଘୀୟ ବ୍ୟବସ୍ଥା,ଧର୍ମ ନିରପେକ୍ଷତା ,ବିଚାର ବିଭାଗର ସ୍ଵାଧୀନତା ଓ ନଗରିକର ମୌଳିକ ଅଧିକାର ଉପରେ ବିପଦ ଦେଖା ଯାଇଥିବା କଥା କହିଥିଲେ।ଏଭଳି ଘଡି ସନ୍ଧୀ ସମୟରେ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତେ ଏକାଠି ହୋଇ ସମ୍ବିଧାନର ସୁରକ୍ଷା ନିମନ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।