କରୋନା ସମୟରେ ବିଧାୟକ ଙ୍କ ମାରାଥନ ଉଦଘାଟନ !
ନୂଆଗାଁ : 28/04/2021: (ରିପୋର୍ଟ : ନିରଞ୍ଜନ ସାହୁ ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ପାରାଢୀପି ଓ ଜାକେଡା ପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉଦଘାଟନ କଲେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ।
ଖବରରୁ ପ୍ରକାଶ, ନୂଆଗାଁ ବ୍ଳକ ଅନ୍ତର୍ଗତ ପାରାଢୀପି ପଂଚାୟତର କସିକିଆରୀ କୋଠଘର ,ପୋକସୁଙ୍ଗା ଅଙ୍ଗନୱାଡ଼ି କେନ୍ଦ୍ର , କରଡାପଲ୍ଲୀ , ରାମପଲ୍ଲୀ ର କୋଠଘର ସହ ରାମପଲ୍ଲୀ ସେତୁ ଉଦ୍ଘାଟନ କରିଥିଲେ ବିଧାୟକ | କରୋନା କଟକଣାକୁ ମାନି ସମସ୍ତେ ମାକ୍ସ ପିନ୍ଧି ବାହାରିବା ସହିତ ଅଂଚଳରେ ସମସ୍ତ ଜନସାଧାରଣଙ୍କୁ ମାକ୍ସ ବଣ୍ଟନ କରାଯାଇଛି |
ଏଥିରେ ବିଧାୟକଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଜାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୂଷ୍ପାଜଳି ସାହୁ ଓ ପାରାଢିପୀ ସମିତି ସଭ୍ୟା ମମତା ନାୟକ, ନାଏବ ସରପଂଚ ଭଗବାନ ସାହୁ, ପଂଚାୟତ ବିଜେଡ଼ି ସଭାପତି ଦୁର୍ଜଧନ ନାୟକ ସହ କିଛି ୱାର୍ଡ ମେମ୍ବରଙ୍କ ସହ ଗ୍ରାମବାସୀ ଯୋଗଦେଇଥିଲେ
| ବିଭିନ୍ନ ପଂଚାୟତର ସରପଂଚ, ସମିତି ସଭ୍ୟ ଓ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ | ଏଥିରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ ଅଂଚଳର ଜନସାଧାରଣଙ୍କୁ ମାକ୍ସ ବଣ୍ଟନ କରିଥିଲେ । କରୋନା ସମୟରେ ଅଞ୍ଚଳରେ ବିଧାୟକଙ୍କ ଗସ୍ତକୁ ଜନସାଧାରଣ ବହୁତ ପ୍ରଶଂସା କରିଛନ୍ତି |