ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ 2ୟ ଡୋଜ ଟୀକା : ଗୁଜବରେ ଭୟଭୀତ ହୋଇ ଆସିନଥିଲେ ଅନେକ ନାଗରିକ !
ନୟାଗଡ଼ : 12/05/2021(ରିପୋର୍ଟ :ରତ୍ନାକର ହୋତା): ସାରା ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ତାର୍ ପ୍ରଭାବ ବିସ୍ତାର କରିବାରେ ଲାଗିଛି ।ତେଣୁ ସରକାର ବରିଷ୍ଠ ନାଗରିକ ମାନଙ୍କୁ ୪୫ଦିନ ପୂର୍ବରୁ ପ୍ରଥମ ଡୋଜ୍ ଟୀକା ଦେଇଥିଲେ , ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଯାଇଛି ! ନୟାଗଡ଼ ଜିଲ୍ଲା ର ସମସ୍ତ ଟୀକାକରଣ କେନ୍ଦ୍ରରେ ଏହି ଅଭିଯାନ ସୁରୁଖୁରୁରେ ସମାପ୍ତ ହୋଇଛି |
କୋରାନାର ବିସ୍ତାରକୁ ପ୍ରତିହତ କରିବାପାଇଁ ସରକାର ଟୀକାକରଣକୁ ପ୍ରାସଙ୍ଗିକତା ଦେଇ ଟୀକାକରଣ ଡ୍ରାଇଭ ତ୍ୱରାନ୍ୱିତ କରୁଥବା ବେଳେ, ପାର୍ଶ୍ଵପ୍ରତିକ୍ରିୟା ଗୁଜବକୁ ନେଇ ଅନେକ ନାଗରିକ ଭୟଭୀତ ହେଉଛନ୍ତି | ଫଳରେ ଅନେକ ବ୍ୟକ୍ତି ସ୍ୱତଃପୂର୍ତ୍ତ କେନ୍ଦ୍ରକୁ ଆସିନାହାନ୍ତି ବୋଲି ଶୁଣାଯାଉଛି |

ଦଶପଲ୍ଲା ବ୍ଲକ ବାଣିଗୋଛା ସ୍ବାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ, ବାଣିଗୋଛା ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଟ ନାଗରିକ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକା ପ୍ରଦାନ କରାଯଇଛି ! ତେବେ ସରକାରଙ୍କର କୋଭିଡ ୧୯ ନିୟମକୁ ପାଳନ କରାଯାଇ ପ୍ରଥମେ ଟୀକା କରଣ ହୋଇଥିଲା ! ସେହିପରି ଟୀକା ନେବା ପାଇଁ ଆସିଥିବା ବରିଷ୍ଟ ନାଗରିକ ତଥା ଜଟିଳ ରୋଗଗ୍ରସ୍ତ ମାନଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ତେବେ ଆଜି ମଧ୍ୟାହ୍ନ ୧୨.୩୦ ସୁଦ୍ଧା ସମୁଦାୟ ୧୦୭ ଜଣ
ବରିଷ୍ଠ ନାଗରିକଙ୍କୁ କୋଭିଡ ଟୀକା କରାଯାଇଛି ବୋଲି ବାଣିଗୋଛା ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡା. କାଳୀ ପ୍ରସାଦ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ତେବେ ବାଣିଗୋଛା ଅଂଚଳରେ ବିଭିନ୍ନ ଗୁଜବ ଯୋଗୁଁ ବହୁ ବରିଷ୍ଠ ନାଗରିକ ଟୀକା ନେବାକୁ ଆସିନଥିଲେ ।