ମହାକାଳପଡ଼ା ରାଜଗାଡ଼ ପଂଚାୟତରେ (B. G. R. E. I) ଯୋଜନା ତଥା ଧାଡ଼ିରୁଆ ପ୍ରଣlଳୀ ଯୋଜନା ରେ ମହା ଦୁର୍ନୀତି ଅଭିଯୋଗ !
କେନ୍ଦ୍ରାପଡ଼ା : 12/05/2021(ରିପୋର୍ଟ : ପ୍ରତୀକ ମିଶ୍ର ) ମହାକାଳପଡ଼ା ବ୍ଲକ ରାଜଗଡ଼ ପଚାୟତର ଗୋବିନ୍ଦପୁର ଓ ମlଣିତିରି ଗାଁ ରେ ଧାଡ଼ିରୁଆ ପ୍ରଣାଳୀ ଯୋଜନା ପହଂଚିନି ପ୍ରକୃତ ଚାଷୀ ଭାଇ ଙ୍କ ପାଖେରେ | ପ୍ରକୃତ ହିତାଧିକାରୀ ଯୋଗ୍ୟ ଚାଷୀଙ୍କ ଭିତରୁ କିଛି ହlତ ଗଣତି ଚାଷୀ ଏହି ଯୋଜନା ର ସାମାନ୍ୟ କିଛି ଅଂଶ ପାଇଥିବା ବେଳେ ଆହୁରି ଅନେକ ଯୋଗ୍ୟ ଚାଷୀ ଙ୍କ ନାମକୁ ଏ ଯୋଜନା ରୁ କାଟିଦେଇଛନ୍ତି ଦୁର୍ନୀତି ଖୋର ମlନେ |
ଆଉ ସେହି ଦୁର୍ନୀତିଖୋର ମlନେ ହେଉଛନ୍ତି କୃଷି ବିଭାଗ କର୍ମଚାରୀଙ୍କ ଠୁ ଆରମ୍ଭ କରି ଗାଁ ର ପୂର୍ବ ସରପଞ୍ଚ ଙ୍କ ଯାଏଁ
ବିଶେଷ କରି ଯେଉଁମାନେ ସେଠାକାର ଶାସନ କଳ ର ପାଖୁଆ ଲୋକ| ସେମାନେ ମନକୁ ମନ ନିଜକୁ ପ୍ରୋଗ୍ରେସିବ ଚାଷୀ ଦର୍ଶେଇ ନିଜ ଜମି ପଟା ପlଉଟି ର ପରିମାଣ କୁ ଅଧିକ ଦର୍ଶାଇ ଅର୍ଥାତ 3 ଏକର ଜମି କୁ 10 ଏକର 4 ଏକର ଜମି କୁ 7 ଏକର ଏହିଭଳି ସିଧାସଳକ ଠକେଇ କରି ଏହି ଯୋଜନା ର ଏକାଧିକ ଅଂଶ କୁ ହରଲୁଟ କରିଛନ୍ତି | ଏ ବିଷୟରେ ଆମେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଇଥିଲୁ ଏବଂ ତଥ୍ୟ ମୁତାବକ ଏହି ଯୋଜନl ସମ୍ପୂର୍ଣ ବାଟ ମlରଣା ହୋଇଥିବା ପ୍ରମାଣ ମିଳିଛି
ତେବେ ଏନେଇ ଗ୍ରାମର ପ୍ରକୃତ ଯୋଗ୍ୟ ଚାଷୀ ଭାଇ ମlନେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଓ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଜଣାଇ ଉଚ କୋଟି ର ତଦନ୍ତ ଦାବି କରିଛନ୍ତି
ଏଠି ପ୍ରଶ୍ନ ଉଠେ ବାଡ ଫସଲ ଖାଇଲା ଭଳି କିଛି ଦଲାଲ ମନେ ଯଦି ରାଜନୀତି କରିବେ ତେବେ ଗଣତନ୍ତ୍ର ର ଭବିଷ୍ୟତ କଣ ହେବ