ଆଦିବାସୀ ଅଞ୍ଚଳରେ କରୋନା ସଚେତନତା କଲେ ସମାଜସେବୀ ତଥା ସାଂସଦ ପ୍ରତିନିଧି ବିଜୟ ସାସମଲ !

ଆଦିବାସୀ ଅଞ୍ଚଳରେ କରୋନା ସଚେତନତା କଲେ ସମାଜସେବୀ  ତଥା ସାଂସଦ ପ୍ରତିନିଧି ବିଜୟ ସାସମଲ !

ଆଦିବାସୀ ଅଞ୍ଚଳରେ କରୋନା ସଚେତନତା କଲେ ସମାଜସେବୀ  ତଥା ସାଂସଦ ପ୍ରତିନିଧି ବିଜୟ ସାସମଲ !


ନୂଆଗାଁ : 08/05/2021(ରିପୋର୍ଟ :ନିରଞ୍ଜନ ସାହୁ): କରୋନା ମହାମାରୀର ଦ୍ଵିତୀୟ ତରଙ୍ଗ ସାରା ବିଶ୍ୱରେ କାୟା ବିସ୍ତାର କରିଥିବାବେଳେ, ସବୁଆଡେ ଆତଙ୍କ ଖେଳିଯାଇଛି | ସେଥିରୁ ବାଦ ପଡିନି ନୟାଗଡ |

ନୟାଗଡ଼ ଜିଲ୍ଲା ତଥା ନୂଆଗାଁ ବ୍ଳକ ରେ ମଧ୍ୟ ଶହ ଶହ ଲୋକ କରୋନାରେ ଆକ୍ରାନ୍ତ | ଲୋକମାନଙ୍କ ମନରେ ଭୟର ବାତାବରଣ ଖେଳିଯାଇଛି | 

କିନ୍ତୁ ଏହିଭଳି ବିପଦ ସମୟରେ  ନିଜ ଜୀବନକୁ ବାଜିଲଗେଇ ଲୋକଙ୍କୁ ସଚେତନତା କରିବା ପାଇଁ ଆଗେଇ ଆସିଛନ୍ତି ନୂଆଗାଁ ବ୍ଳକର ସମାଜସେବୀ ତଥା କନ୍ଧମାଳ ସାଂସଦଙ୍କ ପ୍ରତିନିଧୀ ବିଜୟ କୁମାର ସାସମଲ | ସକାଳ ପାଇଲେ ନିଜ ସ୍କୁଟି ଧରି ବାହାରି ପଡ଼ନ୍ତି ଆଦିବାସୀ ବହୁଳ ଗ୍ରାମକୁ | ଲୋକଙ୍କୁ ସଚେତନତା କରିବା ସହିତ ମାକ୍ସ ସାବୁନ ବାଣ୍ଟନ ସହିତ ଲୋକଙ୍କୁ ହାତଧୋଇବା, ସାମାଜିକ ଦୂରତା ବଜାୟୀ ରଖିବାକୁ ବୁଝାଉଛନ୍ତି | ସାସମଲଙ୍କ ଏହିଭଳି ପଦେକ୍ଷପକୁ ଅଂଚଳବାସି ସ୍ୱାଗତ କରିଛନ୍ତି |  ସାସମଲକ କହିଲା ଅନୁସାରେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଓ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଆଦର୍ଶ ତାଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇଛି । 

Post a Comment

Please Select Embedded Mode To Show The Comment System.*

Previous Post Next Post