କୋଟଗଡ଼ ଘାଟିରେ ପୁଣି ଡକାୟତି : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ !



କୋଟଗଡ଼ ଘାଟିରେ ପୁଣି ଡକାୟତି : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ !

କୋଟଗଡ଼ ଘାଟିରେ ପୁଣି ଡକାୟତି : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ !


ନୟାଗଡ଼ :  12/05/2021(ନ. ଖ. ବ୍ୟୁରୋ ): ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ କୋଟଗଡ଼ ଘାଟିରେ ପୁଣି ଡକାୟତି l 3 ଡକାୟତଙ୍କ ଦ୍ୱାରା ଶିକାର ହେଲେ ଦମ୍ପତି l

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଧୀନ ଚମ୍ପାଇଲ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା ଏକ ସ୍କୁଟି  ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ l ସକାଳୁ ଯାଉଥିବାରୁ ଏହାର ସୁଯୋଗ ନେଇ ତିନି ଜଣ ଡକାୟତ ଦୁଇଟି ବାଇକ ରେ  ପିଛା କରିଥିଲେ l

କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ମାମିନାଙ୍କ ଠାରୁ 9 ହଜାର ଟଙ୍କା ଥିବା ଏକ ଭ୍ୟାନିଟି, ଦେଢ଼ ଭରି ର ଏକ ଚେନ ଏବଂ ଏକ ମୋବଇଲ ନେବା ସହ ସୁରେଶ କୁମାର ଜେନା  ଙ୍କୁ ମାଡ଼ ମାରି ତାଙ୍କ ମୁଣ୍ଡ କୁ ଫଟାଇ ଦେଇଛନ୍ତି ଏହି ଡକାୟତମାନେ lଘଟଣା ଘଟିବା ପରେ କିଛି ସ୍ଥାନୀୟ ଲୋକ ଉଭୟ ଦମ୍ପତି ଙ୍କୁ ନେଇ ସୁନାଖଳା ମେଡିକାଲ ରେ ଚିକିତ୍ସା କରାଇଥିଲେ .ଓ ଏହା ଉପରେ ସୁନାଖଳା ଫାଣ୍ ଡି ରେ ଏକ ଲିଖିତ ଅଭିଯୋଗ ହୋଇଛି

Post a Comment

Please Select Embedded Mode To Show The Comment System.*

Previous Post Next Post