ନେଲିବାରି ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ,କୁକୁଡ଼ା ସମେତ ଜଳିଗଲା ଘର !

ନେଲିବାରି ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ,କୁକୁଡ଼ା ସମେତ ଜଳିଗଲା ଘର !



ନୂଆଗାଁ : (ରିପୋର୍ଟ :ପ୍ରଦୀପ୍ତ କୁମାର ସାହୁ): ନୂଆଗାଁ ବ୍ଳକ ଅନ୍ତର୍ଗତ ଦୁରୁଦୁରା ଗ୍ରାମପଞ୍ଚାୟତ ର "ନେଳିବାରି" ମଙ୍ଗଳବାର ଦିନ ମଧ୍ୟରାତ୍ରରେ ଅଗ୍ନିକାଣ୍ଡ ଘଟି ହରିହର ନାହାକଙ୍କ ଦୁଇ ବଖରା ଚାଳଛପର ଘର  ନିଆଁ ରେ ପୋଡ଼ି ପାଉଁଶ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ନିକଟସ୍ଥ ଜଙ୍ଗଲରେ ଥିବା ବଣୁଆ ହାତୀ ପଲ   ଖାଦ୍ୟ ଓ ପାଣି ଅନ୍ଵେଷଣ ରେ ରାତିରେ  ଜଙ୍ଗଲରୁ ଆସି  ଚାଷୀମାନେ ଜମିରେ  କରିଥିବା    ଆଖୁ,ମକା,ବାଇଗଣ ପ୍ରଭୃତି ଫସଲ ଖାଇ ନଷ୍ଟ କରୁଥିବାରୁ, ମଙ୍ଗଳବାର ଦିନ ରାତିରେ  ହରିହର ହାତୀ ଜଗିବା ପାଇଁ  ଆଖୁ ବିଲ କୁ ଯାଇଥିଲେ। କିନ୍ତୁ ତାଙ୍କ ସ୍ତ୍ରୀ ସଂଯୁକ୍ତା ଓ ଦୁଇ ପୁଅ ଘରେଥିଲେ।ଘର ପାଖ ଗୁହାଳରେ ଗାଈଗୋରୁ ଓ କୁକୁଡ଼ା ସବୁ ରହିଥିଲେ। ରାତ୍ର ପ୍ରାୟ ୧ ଘଣ୍ଟା ସମୟରେ ସମସ୍ତେ ସୋଇଥିବା ବେଳେ  ହଠାତ ଘରେ ନିଆଁ ଲାଗିଯାଇଥିଲା ,ଯାହାଫଳରେ ନିଜ ଜୀବନ ବଞ୍ଚାଇବା ବ୍ୟତିରେକ ଘରୁ କୌଣସି ଜିନିଷ ବାହାର କରିପାରିନଥିଲେ ଓ  ଘରେ ଥିବା ସମସ୍ତ ଆସବାବ ପତ୍ର,କଂସା ବାସନ,ଧାନଚାଉଳ,ଟଙ୍କାପଇସା,

ଲୁଗାପଟା ପ୍ରଭୃତି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଗୁହାଳଘରେ ଥିବା କୁକୁଡ଼ା ସବୁ ନିଆଁରେ ପୋଡିଯାଇଛନ୍ତି।ପଞ୍ଚାୟତର ସମିତି ସଭ୍ୟ ନୃସିଂହ ଚରଣ ପାଢ଼ୀ ଦମକଳ କେନ୍ଦ୍ର କୁ ଜଣାଇବାରେ ନୟାଗଡ଼ ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋରେ ନିଆଁକୁ ଆୟତ୍ତ କରିଥିଲେ।ଏହି ଅଗ୍ନକାଣ୍ଡରେ ପ୍ରାୟ ଏକ ଲକ୍ଷ ଟଙ୍କାର ସମ୍ପତି କ୍ଷତି ହୋଇଥିବାର ସୂଚନା ମିଳିଛି।
ବୁଧବାର ତା୧୩/୫ ରେ R.I ପହଞ୍ଚି ତଦନ୍ତ କରି ଜରିପାଲ ପ୍ରଦାନ କରିଛନ୍ତି ଓ ଅଗ୍ନିବିପନ୍ନ ଙ୍କ ପାଇଁ ସରକାର ଦେଉଥିବା ସହାୟତା ଯୋଗାଇଦେବା ପାଇଁ କହିଛନ୍ତି।
ନୂଆଗାଁ ବ୍ଲକ ବିଜୁ ଯୁବ ଜନତା  ଦଳର ବ୍ଲକ ସଂଯୋଜକ ଓ ସମାଜସେବୀ ରଘୁନାଥ ଦୁଆରୀ, ଓ ଦୂର୍ଯ୍ୟଧନ ସାହୁ ବିପନ୍ନ ପରିବାର କୁ ଭେଟି  ଚୂଡା,ଚିନି,ବିସ୍କୁଟ ପ୍ରଭୃତି ଶୁଖିଲା ପ୍ରଦାନ କରିଥିଲେ।ଅଗ୍ନି ବିପନ୍ନ ଏହି ଗରିବା ପରିବାର କୁ ନିଆଁ ପାଣି ରୁ ସୁରକ୍ଷା ପାଇଁ ସରକାରୀ ଆବାସ ଗୃହ ଓ ସମସ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମାସୀମାନେ ଦାବି କରିଛନ୍ତି।

Post a Comment

Please Select Embedded Mode To Show The Comment System.*

Previous Post Next Post