ଜନବିକାଶ ତରଫରୁ କେ. ନୂଆଗାଁ ବ୍ଲକ ଅଞ୍ଚଳରେ କରୋନା ସଚେତନ ମୂଳକ କାର୍ଯ୍ୟକ୍ରମ


ଜନବିକାଶ ତରଫରୁ କେ. ନୂଆଗାଁ ବ୍ଲକ ଅଞ୍ଚଳରେ କରୋନା ସଚେତନ ମୂଳକ କାର୍ଯ୍ୟକ୍ରମ

 
ଜନବିକାଶ ତରଫରୁ କେ. ନୂଆଗାଁ ବ୍ଲକ ଅଞ୍ଚଳରେ କରୋନା ସଚେତନ ମୂଳକ କାର୍ଯ୍ୟକ୍ରମ

ବାଲିଗୁଡା : 26/05/2021(ରିପୋର୍ଟ : ମିହିରକାନ୍ତ ମିଶ୍ର): ସାରା ବିଶ୍ୱ ଆଜି କରୋନା ମହାମାରୀର ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ଥ I କରୋନାର ଦ୍ଵତୀୟ ଲହରରେ ମଣିଷ ଜୀବନ ଏବଂ ମୃତ୍ୟୁ ସହ ଲଢେଇ କରୁଛି I ଏହି ସମୟରେ କନ୍ଧମାଳ ଜିଲ୍ଲା ସ୍ଥିତ କ.ନୂଆଗାଁ ବ୍ଲକର ବାଦେକେତା, ଗେଗୁରିପଦର, କୁଡ଼ପାକିଆ, ବାରଡିକିଆ, ଗହୀଙ୍ଗିଆ, ସାରିକେତା, ସାଇନପଡା ଓ ସଲାଗୁଡା ଗ୍ରାମରେ ଜିଲ୍ଲାର ଆଗଧାଡ଼ିଆ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନବିକାଶ ତରଫରୁ ଆଞ୍ଚଳିକ ଭାଷା ତଥା କୁଇ ଓ ଓଡ଼ିଆ ଭାଷାରେ ଲୋକମାନଙ୍କୁ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇ ଥିଲା I ବର୍ତ୍ତମାନ କରନା ମହାମାରୀର ଦ୍ୱିତୀୟ ଲହରରେ କିପରି ଭାବରେ ସୁରକ୍ଷିତ ରହିବ ଓ କଣ ସବୁ ସରକାରୀ ନିୟମ ରହିଛି ତାହା ଜନସାଧାରଣଙ୍କ ପ୍ସଖରେ ଉପସ୍ଥାପନ କରାଯାଇ ଥିଲା I ଜନ ବିକାଶ ବିକାଶ ସବୁବେଳେ ସରକାର ସହ ହାତକୁ ହାତ ମିଶାଇ ସଚେତନ କାର୍ଯ୍ୟକ୍ରମ ଜିଲ୍ଲାରେ କରିଆସୁଚି । ଏପରି ସଚେତନ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଗୋଷ୍ଠିଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ସିଡିପିଓ ଦ୍ରୌପତି କହଁର ଓ ଜନ ବିକାଶ ନିର୍ଦେଶକ ଫାଦର ମଦନ ସୁଆଲ ସିଂ ଏବଂ ଅନ୍ୟମାନେ ଉପସ୍ଥିତ ରହି ସଚେତନ ମୂଳକ କାର୍ଯ୍ୟକ୍ରମ କରିଥିଲେ I ପ୍ରତ୍ୟେକ ପଂଚାୟତର ସରପଞ୍ଚ , ଆଶା କର୍ମୀ, ଅଙ୍ଗନବାଡି ଓ ୱାର୍ଡ ମେମ୍ବର ସମୂହଙ୍କ ଉପସ୍ଥିତିରେ ଜନବିକାଶ ଦ୍ୱାରା ମାସ୍କ, ସାବୁନ ଓ ସାଇଟାଇଜର ସମୁହ ବଣ୍ଟନ କରାଯାଇଥିଲା I ଏପରି ଭୟାନକ ବିପଦ ସମୟରେ ଜନ ବିକାଶ ଲୋକଙ୍କ ପାଖରେ ପହଂଚି ସଚେତନ ଓ ସହାୟତା କରିଥିବାରୁ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସିଙ୍କ ତରଫରୁ ଜନବିକାଶ ଅନୁଷ୍ଠାନକୁ ଧନ୍ୟବାଦ ଏବଂ ପ୍ରଶଂସା କରାଯାଇଛି I

Post a Comment

Please Select Embedded Mode To Show The Comment System.*

Previous Post Next Post