ନୂଆଗାଁ ପଂଚାୟତସମିତି ରେ ପୋଖରୀ ଖୋଳାରେ ମହାଦୁର୍ନୀତି ଅଭିଯୋଗ !
ନୂଆଗାଁ : 29/05/2021(ରିପୋର୍ଟ : ନିରଞ୍ଜନ ସାହୁ): ଅଭିଯୋଗ ରୁ ପ୍ରକାଶ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କୁ ଭେଳିକି ଦେଖେଇ ହରିଲୁଟ କରିଛି ଜଳ ବିଭାଜିକା। ଲୋକ ଦେଖାଣୀଆରେ ପୋଖରୀ ଖୋଳା !
ଏମିତି ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁର ବିଭିନ୍ନ ପଞ୍ଚାୟତମାନଙ୍କରୁ | ଲୋକଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଲେବର କାମ ପାଇଁ ପୋଖରି ଖୋଳିବା ବାହାନାରେ ଲେବର କାଡ ନେଇ କୋରନା ସମୟରେ ଲୋକଙ୍କୁ ଠକୁଛନ୍ତି ।
ମେସିନ୍ ଦ୍ଵାରା କାମହେଉଥୀବା ବେଳେ ଲୋକଙ୍କ ଜବକାଡ ମାଧ୍ୟମରେ ଲୁଟି ନେଇଛନ୍ତି ଠିକାଦାର | ଲେବରମାନେ ଅଭିଯୋଗ କଲେ ଅଫିସରଙ୍କ ମୋବାଇଲି ସୁଇଜ ଅପ୍ । ଅଫିସର ଠିକାଦାର ମିଳିମିଶି କରୁଛନ୍ତି ଲୁଟ । କାଗଜ ପତ୍ର ନେଇ ଟିକିଏ ଖୋଳି ନାମ ଫଳକ ନ ଥାଇ ହରିଲୁଟୁ କରୁଛନ୍ତି ଟଙ୍କା । କୋରନା ସମୟରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି, ଏହି ସମୟରେ ଲୋକଙ୍କ ପାଖରୁ ମିଛ କହି କାଗଜ ପତ୍ର ଆଣି ଜଳ ବିଭାଜିକା ଦେଖ ଉଛି ଭେଳିକି |
ବିଭାଗିୟ ଜେଇ ଙ୍କ ସହିତ ଯୋଗାଯୋଗ କରିଥୀଲୁ କିନ୍ତୁ ସମ୍ବବ ହୋଇପାରୁନାହିଁ । ଯଦି ନୁଆଗାଁ ବ୍ଲକର ତଦନ୍ତ କରାଯାଏ ବହୁତଥ୍ୟ ପଦାକୁ ଆସିବା ସହିତ ପୂରୁଣା ମାଛଙ୍କ ତଥ୍ୟ ପଦାକୁ ଆସିବାରେ ସଫଳ ହେବା ଜନସାଧାରଣଙ୍କ ଦାବି ।