ପାନୀୟ ପ୍ରକଳ୍ପ ପ୍ରହସନରେ ନୂଆଗାଁ ବ୍ଲକ ! ଲକ୍ଷ ଲକ୍ଷ ରାଜସ୍ବ ବିନିଯୋଗ କାହାପାଇଁ..??

ପାନୀୟ ପ୍ରକଳ୍ପ ପ୍ରହସନରେ ନୂଆଗାଁ ବ୍ଲକ ! ଲକ୍ଷ ଲକ୍ଷ ରାଜସ୍ବ ବିନିଯୋଗ କାହାପାଇଁ..?? 

ପାନୀୟ ପ୍ରକଳ୍ପ ପ୍ରହସନରେ ନୂଆଗାଁ ବ୍ଲକ ! ଲକ୍ଷ ଲକ୍ଷ ରାଜସ୍ବ ବିନିଯୋଗ କାହାପାଇଁ..??


ନୂଆଗାଁ : 29/05/2021(ରିପୋର୍ଟ :ନିରଞ୍ଜନ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କ ବିକାଶ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ବେଳେ ତାହା କେତେଦୂର ସଫଳ ହେଉଛି ତାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ପାନୀୟ ପ୍ରକଳ୍ପ | ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କୁ ପାନୀୟ ଜଳ ସମସ୍ୟା ଦୁର କରି ବା ପାଇଁ  ଉଦ୍ୟମ କରୁଛନ୍ତି କିନ୍ତୁ ପ୍ରଶାସନିକ ଅଧିକାରୀ ମାନେ ନିଘୋଡ଼ ନିଦରେ । ଏମିତିକା ଅଭିଯୋଗ ଆଣିଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ବେରୁଆବାରି ପଂଚାୟତର  ବଧୁଲିପୁର ବାସିନ୍ଦା |  ଗ୍ରାମରେ ଦୀର୍ଘ  10ବର୍ଷ ତଳୁ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ  | ଲୋକ ପାନୀୟ ଜଳ ପାଇଁ  ନାହିଁ ନଥୀବା ଅସୁବିଧା ହେଉଛନ୍ତି |  ଦୁଃଖର ବିଷୟ ଏହି ପଂଚାୟତରେ ନୂଆଗାଁ ବ୍ଳକର ଅଧକ୍ଷ  ଦାୟିତ୍ୱ 15 ବର୍ଷ ନେଇଥିଲେ ମଧ୍ୟ 
ନିଜ ପଂଚାୟତର ପାନୀୟ ଜଳ ସମସ୍ୟା ଦୁର କରି ପାରିନଥିବାରୁ, ଜନସାଧାରଣ ଅତି ଦୁଃଖରେ କହିଛନ୍ତି | ସରକାର ଟଙ୍କା ଖର୍ଚ୍ଚ କରାଯାଇ ମଧ୍ୟ ଲୋକଙ୍କ କାମରେ ଲାଗୁନଥିବା ଏକ
 ଦୁଃଖର ବିଷୟ ବୋଲି ଗାଁ ଲୋକେ କହୁଛନ୍ତି । ଏ ସରକାର ଯୋଜନା ଏକ ଲୋକ ଦେଖାଣିଆ ଭଳି ମନେହେଉଛି ବୋଲି ସାଧାରଣ ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ଏଣୁ ସରକାରୀ ଯୋଜନା କିଏ ଫାଇଦା ପାଉଛନ୍ତି, ତାହାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ଅଂଚଳ ବାସିନ୍ଦାଙ୍କ ଦାବି କରୁଛନ୍ତି | 

Post a Comment

Please Select Embedded Mode To Show The Comment System.*

Previous Post Next Post